ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଚଣ୍ଡିଗଡ଼ରେ ଘର ଉପରକୁ ଗ୍ରେନେଡ ମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ , ଆତଙ୍କୀ ପନ୍ନୁ ଦେଲା ଚେତାବନୀ

ନୂଆଦିଲ୍ଲୀ : ପଞ୍ଜାବ ପୁଲିସ କେନ୍ଦ୍ରୀୟ ଏଜେନ୍ସି ସହ ମିଳିତ ଅଭିଯାନରେ ଚଣ୍ଡିଗଡ଼ର ସେକ୍ଟର-୧୦ର ସ୍ଥିତି ଘର ଉପରକୁ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗିବା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ କରିଛି ଗିରଫ। ଅମୃତସର ଗାଁ ପାସିଆ ନିବାସୀ ରୋହନ ମସିହକୁ ଖାନ୍ନାର ଅମଲୋହ ରୋଡ୍‌ ଅଞ୍ଚଳରୁ ଗିରଫ କରାଯାଇଛି । ସେ ଏଠାରେ ନିଜର ପରିଚିତ ଜଣେ ମହିଳାଙ୍କୁ ଘରକୁ ଆସିଥିଲା। ପଞ୍ଜାବର ଡିଜିପି ଗୌରବ ଯାଦବ ଏହି ସୂଚନା ଦେଇଛନ୍ତି ।

ଅଭିଯୁକ୍ତର କବଜାରୁ ଏକ ୯-ଏମଏମ ଗ୍ଲାକ୍‌ ବନ୍ଧୁକ ଓ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ଏହି ମଧ୍ୟରେ ଉକ୍ତ ମାମଲାରେ ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂହ ପନ୍ନୁର ମଧ୍ୟ ଏଣ୍ଟ୍ରି ହୋଇଛି ଏବଂ ସେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିବା କଥା କହିଛି। 

ଜେରାରେ ରୋହନ ସ୍ୱୀକାର କରିଛି ଯେ, ୧୧ ସେପ୍ଟେମ୍ୱରରେ ଚଣ୍ଡିଗଡ଼ରେ ହୋଇଥିବା ଗ୍ରେନେଡ୍‌ ବିସ୍ଫୋରଣରେ ନିଜର ସଂପୃକ୍ତି ରହିଛି। ଅଭିଯୁକ୍ତ ରୋହନ ମସିହ ଗତ ୩ ଦିନ ହେବ ଗାଁରୁ ଗାଏବ ଥିଲା। ଆମେରିକାରେ ରହୁଥିବା ଆତଙ୍କୀ ହାପ୍ପି ପାସିଆ ଚଣ୍ଡିଗଡ଼ ସେକ୍ଟର -୧୦ର ଘରେ ହୋଇଥିବା ହମଲାରେ ନିଜର ସଂପୃକ୍ତି ଥିବା କହିଥିଲା। ସେ ମଧ୍ୟ ମୂଳ ରୂପେ ରୋହନ ମସିହର ଗାଁ ପାସିଆରେ ରୁହେ। ପୁଲିସ ଏହା ଜାଣିବାକୁ ପ୍ରୟାସ କରୁଛି କି, ରୋହନ ଆମେରିକା ସ୍ଥିତ ଆତଙ୍କବାଦୀ ହାପ୍ପି ପାସିଆ ସଂପର୍କରେ କେମିତି ଆସିଲା। ଶୁକ୍ରବାର ତାକୁ ଅମୃତସର କୋର୍ଟରେ ହାଜର କରାଯାଇଛି। କୋର୍ଟ ତାକୁ ୬ଦିନର ରିମାଣ୍ଡରେ ପଠାଇ ଦେଇଛନ୍ତି। 

ଏହି ମାମଲାରେ  ଏବେ ଶୁଖ୍‌ ଫର୍‌ ଜଷ୍ଟିସ୍‌ର ଆତଙ୍କୀ ଗୁରପତୱନ୍ତ ସିଂହ ପନ୍ନୁର ମଧ୍ୟ ଏଣ୍ଟ୍ରି ହୋଇଛି। ପନ୍ନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ପଞ୍ଜାବ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଧମକ ଦେଇଛି। ପନ୍ନୁ ନିଜର ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଛି , ଯେଉଁଥିରେ ସେ ଚଣ୍ଡିଗଡ଼ ବ୍ଲାଷ୍ଟର ଅଭିଯୁକ୍ତଙ୍କର ଆଇନ ସହାୟତା କରବା କଥା କହିଛନ୍ତି। ପଞ୍ଜାବ ପୁଲିସର ଅଧିକାରୀଙ୍କ ପାଇଁ ମଧ୍ୟ ଆଗକୁ ଏମିତି ହିଁ ହମଲା କରିବାର ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.