ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁସଲିମ୍‌ ସଂରକ୍ଷଣ ଜାରି ରଖିବ TDP , ଏହା ସାମାଜିକ ନ୍ୟାୟ : ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ – ଏନଡିଏର ଆଗାମୀ ସରକାରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିବାକୁ ଯାଉଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ମୁସଲିମ୍‌ ସଂରକ୍ଷଣକୁ ନେଇ ବଡ଼ ବୟାନ ଦେଇଛନ୍ତି। ଟିଡିପି ନେତା ଓ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେସ ଆଜି କହିଛନ୍ତି , ମୁସଲିମ୍‌ ସଂରକ୍ଷଣ ଜାରି ରହିବ ଏବଂ ଏହା କୌଣସି ତୁଷ୍ଟୀକରଣର ରାଜନୀତି ପାଇଁ ନୁହେଁ। ଏହା ବ୍ୟତୀତ, ସେ କହିଛନ୍ତି ଯେ, ପାର୍ଟିର ଧ୍ୟାନ ଆନ୍ଧ୍ର ପ୍ରଦେଶର ରୋଜଗାର ସୃଷ୍ଟି ଓ ଅବହେଳିତଙ୍କ  ଉତ୍ଥାନ ଉପରେ ରହିବ। ପାର୍ଟି ଆନ୍ଧ୍ର ପ୍ରଦେଶରେ ୧୬ଟି ଲୋକସଭା ଆସନ ଜିତିଛି ଏବଂ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ)କୁ ନିର୍ବାଚନ ଜିତିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଆଇଛି।   

ଏନଡିଟିଭି ସହ କଥାବାର୍ତ୍ତାରେ ନାରା ଲୋକେଶ କହିଛନ୍ତି-ସେ ରାଜ୍ୟରେ ମୁସଲମାନଙ୍କୁ ଦିଆଯାଉ ଥିବା ସଂରକ୍ଷଣ (ରିଜର୍ଭେସନ)କୁ ଜାର ରଖିବେ। ଏହା ଏମିତି ଏକ ନୀତି ଯାହାର ,ତାଙ୍କର ମେଣ୍ଟ ସହଯୋଗୀ ବିଜେପି  ନିର୍ବାଚନ ବେଳେ ଖୋଲାଖୋଲି କଡ଼ା ବିରୋଧ କରିଥିଲା। ଲୋକେଶ କହିଛନ୍ତି , ଏହା (ମୁସଲମାନଙ୍କ ପାଇଁ ସଂରକ୍ଷଣ) ଗତ ୨ ଦଶକରୁ  ଚାଲି ଆସିଛି ଏବଂ ଆମେ ଏହା ସପକ୍ଷରେ ଠିଆ ହୋଇଛୁ । ଆମେ ଏହାକୁ ଜାରି ରଖିବାକ ଉଚ୍ଛା ରଖିଛୁ। 

୪୧  ବର୍ଷିୟ ଏହି ଟିଡିପି ନେତା କହିଛନ୍ତି, ସଂରକ୍ଷଣ ତୁଷ୍ଟୀକରଣ ପାଇଁ ନୁହେଁ , ବରଂ ସାମାଜିକ ନ୍ୟାୟ ପାଇଁ , କାରଣ ରାଜ୍ୟରେ ସଂଖ୍ୟାଲଘୁଙ୍କର ପ୍ରତିବ୍ୟକ୍ତିଙ୍କ ଆୟ ସବୁଠୁ କମ୍‌ । ସେ କହିଛନ୍ତି , ଏହା ସତ ଯେ , ସଂଖ୍ୟାଲଘୁଙ୍କୁ ଲଗାତାର କଷ୍ଟ ସହ୍ୟ କରିବାକୁ ପଡ଼ୁଛି ଏବଂ ତାଙ୍କ ପ୍ରତି ବ୍ୟକ୍ତି ଆୟ ସବୁଠୁ କମ୍‌ । ସରକାରୀ ଭାବେ , ତାଙ୍କୁ ଗରିବୀରୁ ବାହାରକୁ ଆଣିବା ମୋର ଦାୟିତ୍ୱ। ଏଥିପାଇଁ ମୁଁ ଯାହା ବି ନିର୍ଣ୍ଣୟ ନେଉଛି , ତାହା ତୁଷ୍ଟୀକରଣର କରିବା ପାଇଁ ନୁହେଁ  ,ବରଂ ସେମାନଙ୍କୁ ଗରିବୀରୁ ବାହାରକୁ ଆଣିବା ପାଇଁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.