ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଅନ୍ଧାରରେ କିଭଳି ଦେଖାଯାଉଛି ବିକ୍ରମ ଲ୍ୟାଣ୍ଡର ? ଚନ୍ଦ୍ରଯାନ-୨ର ଅର୍ବିଟର ଉଠାଇଲା ଫଟୋ

ନୂଆଦିଲ୍ଲୀ,୯।୯: ୫ ସେପ୍ଟେମ୍ବର ୨୦୨୩ରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଯାଇଥିଲା, ଯେଉଁଠି ଚନ୍ଦ୍ରାୟନ-୩ର ବିକ୍ରମ ଲ୍ୟାଣ୍ଡର ରହିଛି। ଏବେ ଅନ୍ଧାରରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର କିଭଳି ଦେଖାଯାଉଛି। ଏହା ଜାଣିବାକୁ ତା ଉପରେ ଚନ୍ଦ୍ରଯାନ-୨ର ଅର୍ବିଟରକୁ ଛଡା ଯାଇଥିଲା। ଅର୍ବିଟରରେ ଲାଗିଥିବା ଖାସ୍‌ କ୍ୟାମେରା ରାତିର ଅନ୍ଧାରରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ଫଟୋ ନେଇଥିଲା।


୬ ସେପ୍ଟେମ୍ବର ୨୦୨୩ରେ ନିଆଯାଇଥିବା ଫଟୋରେ ଚନ୍ଦ୍ର ପୃଷ୍ଠରେ ନୀଳ,ସବୁଜ ଓ ଘନ କଳା ରଙ୍ଗ ଦେଖିବାକୁ ମିଳିଥିଲା। ଏହା ଭିତରେଏକ ହଳଦିଆ ରଙ୍ଗର ଗୋଲାକାର ଜିନିଷ ଦେଖିବାକୁ ମିଳିଥିଲା। ହଳଦିଆ ରଙ୍ଗ ଦେଖାଯାଉଥିବା ଜିନିଷଟି ଥିଲା ଆମର ବିକ୍ରମ ଲ୍ୟାଣ୍ଡର। ଏଠାରେ ତିନୋଟି ଫଟୋ ରହିଛି। ବାମ ପଟେ ପ୍ରଥମ ଭର୍ଟିକାଲ ଫଟୋରେ ବଡ ଅଞ୍ଚଳରେ ହଳଦିଆ ରଙ୍ଗର ଡବା ଆକାରରେ ସେହି ଅଞ୍ଚଳ ଦେଖିବାକୁ ମିଳିଛି, ଯେଉଁଠି ଲ୍ୟାଣ୍ଡର କରିଥିଲା ଲ୍ୟାଣ୍ଡ। 


ଡାହାଣ ପଟର ଉପରେ ଯେଉଁ ଫଟୋ ରହିଛି, ତାହା ୬ ସେପ୍ଟେମ୍ବରର ଫଟୋ, ଯେଉଁଥିରେ ଗୋଲା ହଳଦିଆ ରଙ୍ଗରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ହଳଦିଆ ରଙ୍ଗର ଲାଇଟ୍ ଦେଖିବାକୁ ମିଳୁଛି। ତଳେ ୨ ଜୁନ୍‌ ୨୦୨୩ର ଫଟୋ ରହିଛି, ଯେତେବେଳେ ବିକ୍ରମ ଲ୍ୟାଣ୍ଡ ସେଠାରେ ଲ୍ୟାଣ୍ଡ କରିନଥିଲା। ଏହି ଫଟୋ ଚନ୍ଦ୍ରଯାନ-୩ର ଅର୍ବିଟରରେ ଲାଗିଥିବା ଡ୍ୟୁଲ-ଫ୍ରିକ୍ବେଏନ୍ସି ସିନ୍ଥେଟିକ ଅପର୍ଚର ରାଡାର (DFSAR) ନେଇଛି।

DFSAR ଏକ ସ୍ବତନ୍ତ୍ର ଯନ୍ତ୍ର, ଯାହାକି ରାତିର ଅନ୍ଧାରରେ ହାଇ ରିଜ୍ୟୁଲେସନ୍ ପୋଲିରିମୋଟ୍ରିକ୍ ମୋଡ୍‌ରେ ଫଟୋ ନେଇଥାଏ। ଅର୍ଥାତ ଅନ୍ଧାରରେ ଧାତୁରୁ ବାହାରୁଥିବା ହିଟ୍‌ ଓ ଲାଇଟ୍‌କୁ ଏହା କ୍ୟାପଚର କରିଥାଏ। ଏହା ପ୍ରାକୃତିକ ଭାବରେ ସେଠାରେ ଥିବା ଧାତୁ କିମ୍ବା ମଣିଷ ଦ୍ବାରା ଧାତୁରୁ ନିର୍ମିତ କୌଣସି ବସ୍ତୁ।

ଚନ୍ଦ୍ରଯାନ-୨ର ଅର୍ବିଟର ୨୫ ଅଗଷ୍ଟ ୨୦୨୩ରେ ମଧ୍ୟ ଚନ୍ଦ୍ରଯାନ-୨ର ଫଟୋ ନେଇଥିଲା। ଏହା ଦୁଇଟି ଫଟୋର କମ୍ବିନେସନ୍ ଥିଲା। ଯେଉଁଥିରେ ବାମ ପଟୋ ଥିବା ଫଟୋରେ ଜାଗା ଖାଲି ଥିଲା। ଡାହଣ ପଟ ଫଟୋରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଦେଖିବାକୁ ମିଳିଥିଲା। ଏହି ଫଟୋରେ ଲ୍ୟାଣ୍ଡରକୁ ଜୁମ୍ କରି ଇନସେଟ୍‌ରେ ଦେଖା ଯାଇଥିଲା। ଚନ୍ଦ୍ରଯାନ-୨ରେ ଅର୍ବିଟର ହାଇରିଜ୍ୟୁଲେସନ୍  କ୍ୟାମେରା (OHRC) ଲାଗିଛି। ଦୁଇଟି ଫଟୋ ଲ୍ୟାଣ୍ଡିଂ ଦିନର ଥିଲା। ବାମ ପଟେ ପ୍ରଥମ ଫଟୋ ୨୩ ଅଗଷ୍ଟ ମଧ୍ୟାହ୍ନ ୨ଟା ୨୮ ମିନିଟରେ ନିଆଯାଇଥିଲା, ଯେଉଁଥିରେ ଚନ୍ଦ୍ର ପୃଷ୍ଟରେ କୌଣସି ଲ୍ୟାଣ୍ହର ଦେଖିବାକୁ ମିଳୁନି। ଦ୍ବିତୀୟ ଫଟୋ ୨୩ ଅଗଷ୍ଟ ରାତି ୧୦ଟା ୧୭ ମିନିଟରେ ନିଆଯାଇଥିଲା, ଯେଉଁଥିରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଓହ୍ଳାଉଥିବାର ଦେଖିବାକୁ ମିଳିଥିଲା। 

Chandrayaan 3
Bikram lander
ISRO

Copyright © 2022 - Summa Real Media Private Limited. All Rights Reserved.