ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ଚନ୍ଦୁ ଚାମ୍ପିଅନ' ଟ୍ରେଲର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ମୁମ୍ବାଇ, ୧୯ /୫ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ଟ୍ରେଲର ରିଲିଜ । ଶନିବାର ଗ୍ୱାଲିୟରରେ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏଠାରେ କାର୍ତ୍ତିକଙ୍କ ସହ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ସାମିଲ ହୋଇ ଟ୍ରେଲର ରିଲିଜ କରିଥିଲେ । ଟ୍ରେଲରରେ କାର୍ତ୍ତିକଙ୍କୁ  ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିବା ବେଳେ ଫିଲ୍ମଟି ଦେଶଭକ୍ତିରେ ଭରପୁର ହୋଇଥିବା ଜଣାପଡିଛି । ତେବେ ଟ୍ରେଲର ଦେଖି ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି । ତେବେ ଆସନ୍ତା ଜୁନ ୧୪ ତାରିଖରେ ଫିଲ୍ମଟି ରିଲିଜ ହେବ । 

'ଚନ୍ଦୁ ଚାମ୍ପିଅନ'ଙ୍କ କାହାଣୀରୁ ଟ୍ରେଲର ଆରମ୍ଭ ହୋଇଛି । ଯାହାଙ୍କୁ ୧୯୬୫ ମସିହା ଯୁଦ୍ଧରେ ୯ଟି ଗୁଳି ବାଜିଥିଲା। ଏହାପରେ ସେ କୋମାକୁ ଚାଲିଯାଆନ୍ତି । ପରେ ଆଉ ଏକ ଯୁଦ୍ଧ ସିକ୍ୱେନ୍ସ ଦେଖିବାକୁ ମିଳେ, ଯେଉଁଥିରେ କାର୍ତ୍ତିକ ବନ୍ଧୁକ ଧରି ଲଢୁଥିବାର ଦେଖାଯାଏ ।  ସେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଇତିହାସ ରଚିଛନ୍ତି । କାର୍ତ୍ତିକ ଏହି ଫିଲ୍ମରେ ନିଜ ଭୂମିକା ପାଇଁ କଠିନ ପରିଶ୍ରମ କରିଛନ୍ତି । ସେ ଏଥିପାଇଁ ୧୮ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି । ଚନ୍ଦୁ ଚାମ୍ପିଅନ୍ ଫିଲ୍ମ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଫିଲ୍ମଟି ଭାରତର ପ୍ରଥମ ପାରାଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମୁରଲିକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । ମୁରଲିକାନ୍ତ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ଯୁଦ୍ଧରେ ୯ଟି ଗୁଳିରେ ଆହତ ହୋଇଥିଲେ ଏବଂ ଦୁଇ ବର୍ଷ କୋମାରେ ଥିଲେ ମଧ୍ୟ ସେ ହାର ମାନିନଥିଲେ ଏବଂ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରୀଡା କ୍ଷେତ୍ରରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.