ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଡା ନିୟମ ଜାରି କଲେ ଉତ୍ତରାଖଣ୍ଡ ସରକାର,ଚାରିଧାମ ଯାତ୍ରା ନେଇ ଅପପ୍ରଚାର କଲେ ରୁଜୁ ହେବ ମାମଲା

ଡେରାଡୁନ, ୧୬/୫:ବଦ୍ରିନାଥ କିମ୍ବା କେଦାରନାଥ ସମ୍ପର୍କରେ ନକଲି ଭିଡିଓ ,ଫଟୋ କିମ୍ବା ମିଥ୍ୟା ଖବର ସେୟାର କଲେ  ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରାଖଣ୍ଡ ସରକାର  । ସେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟିର ବୈଠକତେ ଏହି  ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଚାରିଧାମ ଯାତ୍ରାକୁ ନେଇ କୌଣସି ବ୍ୟକ୍ତି ନକଲି ଭିଡିଓ କିମ୍ବା ଭୁଲ ଖବର ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । 

ତେବେ ଏନେଇ ଶାସନ ସଚିବ ରାଧା ରାତୁରୀ କହିଛନ୍ତି ଯେ,ଯଦି କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ଏହି ପବିତ୍ର ଚାରିଧାମ ଯାତ୍ରାକୁ ବଦନାମ କରିବାକୁ ଚେଷ୍ଟା କରିବ ତା'ବିରୁଦ୍ଧରେ ମାମଲା ରୁଜୁ କରାଯିବ । ଗତ ମେ'୧୦ ତାରିଖରେ କେଦାରନାଥ ଧାମ,ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରରେ ଦ୍ବାର ଖୋଲିବା ସହିତ ୧୨ ତାରିଖରେ ବଦ୍ରିନାଥ ଧାମର ଦ୍ବାର ଭକ୍ତଙ୍କ ପାଇଁ ଖୋଲିଛି । ଏନେଇ ଚାରି ଧାମରେ ଭକ୍ତଙ୍କ ଭିଡ ଜମୁଛି। ତେଣୁ  ଶାସନ ସଚିବ ରାଧା ରାତୁରୀ ଅଧିକାରୀମାନଙ୍କୁ ଦିନକୁ 24 ଘଣ୍ଟା ମୋବାଇଲ୍ ଫୋନ୍ କାର୍ଯ୍ୟକ୍ଷମ ରଖିବାକୁ ଏବଂ ତୀର୍ଥଯାତ୍ରୀଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସମ୍ବନ୍ଧୀୟ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଜିଲ୍ଲାରେ ପୋଷ୍ଟିଂ କରାଯାଇଥିବା ସଚିବମାନଙ୍କୁ ଯାତ୍ରାର  ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.