ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରସିକିଆ ସତ୍ୟଜିତ୍‌ର ସହଯୋଗୀ ବିଷୟରେ ବିସ୍ଫୋରକ ତଥ୍ୟ ପାଇଲା ପୁଲିସ, ଚର୍ଚ୍ଚାରେ ପଟିଆ ଅଞ୍ଚଳର ସ୍ୱାତୀ

ଭୁବନେଶ୍ୱର,୧୧/୦୮: ବିବାହର ପ୍ରତିଶ୍ରୁତି ଦେଇ ସାରା ଦେଶରେ ମହିଳାଙ୍କୁ ଧୋକା ଦେଇଥିବା ଯାଜପୁରର ସତ୍ୟଜିତ୍‌ ସାମଲ ବିଷୟରେ ପୁଲିସ ବହୁ ବିସ୍ଫୋରକ ତଥ୍ୟ  ପାଇଛି । ତା’ ମହିଳା ସହଯୋଗୀକୁ ଠାବ କରିଛି କ୍ୟାପିଟାଲ୍‌ ଥାନା ପୁଲିସ୍‌ । ଯିଏ କି  ସତ୍ୟଜିତ୍‌ର କଳା କାରନାମା ବିଷୟରେ  ଜାଣି ମଧ୍ୟ ତା’ ସହଯୋଗୀ ସାଜିଥିଲା ।  ସତ୍ୟଜିତ୍‌ର ପତ୍ନୀ ଓ ପ୍ରେମିକାଙ୍କ  ବିଷୟରେ ଅବଗତ ଥିଲା । ସତ୍ୟଜିତ୍‌ ଠକେଇ କରୁଥିବା ଟଙ୍କାରେ ସେ ବିଦେଶ  ବୁଲୁଥିଲା । ସେ ସହଯୋଗୀ ହେଉଛନ୍ତି  ଭୁବନେଶ୍ୱର ପଟିଆ ଅଞ୍ଚଳର ସ୍ୱାତୀ  ନାମ୍ନୀ ମହିଳା । ପୁଲିସ୍‌ ତାଙ୍କୁ ଜେରା କରିବାକୁ ନୋଟିସ୍‌ କରିଛି ।   

ସତ୍ୟଜିତ୍‌ ଗିରଫ ହୋଇ ଜେଲ୍‌ ଗଲା  ପରେ ତା’ ଆକାଉଣ୍ଟରୁ ୫୦ ହଜାର  ଟଙ୍କା ଟ୍ରାନ୍ସଫର ହୋଇଥିଲା । କିଏ ଏହି  ଟଙ୍କା ଟ୍ରାନ୍ସଫର କରିଛି ? କାହା ପାଖକୁ  ଯାଇଛି? ସେ ବିଷୟରେ ଜାଣିବା ପାଇଁ  ପୁଲିସ୍‌ ବ୍ୟାଙ୍କ୍‌କୁ ତଥ୍ୟ ମାଗିଥିଲା । ଉକ୍ତ  ତଥ୍ୟରୁ ପୁଲିସ୍‌ ଜାଣିବାକୁ ପାଇଛି,  ପଟିଆ ମହାବୀର ନଗରରେ ରହୁଥିବା  ସ୍ୱାତୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର  ହୋଇଛି । ପୁଲିସ୍‌ ସ୍ୱାତୀଙ୍କ ବିଷୟରେ  ଅଧିକ ତଥ୍ୟ ଜାଣିବା ପାଇଁ ସତ୍ୟଜିତ୍‌ର  ଫୋନ୍‌ ଯାଞ୍ଚ କରିଥିଲା । ମୋବାଇଲ୍‌ରେ  ‘ସ୍ୱାତୀ ପଟିଆ ୱାଇଫ୍‌’ ବୋଲି ନମ୍ବର  ସେଭ୍‌ ରହିଥିଲା । ଏହାପରେ ପୁଲିସ୍‌  ଅଧିକ ତଦନ୍ତ କରି ଜାଣିବାକୁ ପାଇଛି  ସ୍ୱାତୀକୁ ସତ୍ୟଜିତ୍‌କୁ କୋର୍ଟରେ ବିବାହ  କରିଛି । ଉକ୍ତ ବିବାହ ପ୍ରମାଣପତ୍ର ଜବତ  ବି ହୋଇଛି । ସତ୍ୟଜିତ୍‌ର କଳା ଦୁନିଆର  ସବୁ ଖବର ସେ ଜାଣିଛି । ସତ୍ୟଜିତ୍‌  ମହିଳା-ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି  ଦେଇ ଇଜ୍ଜତ ଓ ଟଙ୍କା ଲୁଟ୍‌ କରେ । ଉକ୍ତ  ଟଙ୍କାରେ ସ୍ୱାତୀ ଓ ସତ୍ୟଜିତ୍‌ ବିଦେଶରେ  ବୁଲୁଥିଲେ ।   

ଏ ସବୁ ବିଷୟରେ ଅଧିକ ତଥ୍ୟ  ପାଇଁ ପୁଲିସ୍‌ ସତ୍ୟଜିତ୍‌ ଓ ସ୍ୱାତୀଙ୍କୁ  ମୁହାଁମୁହିଁ ଜେରା କରିବ । ସେଥିପାଇଁ  ପୁଲିସ୍‌ ସତ୍ୟଜିତ୍‌ ପାଇଁ ୧୦ ଦିନ ରିମାଣ୍ଡ  ମାଗିଥିଲା । କୋର୍ଟ ୫ ଦିନ ରିମାଣ୍ଡ  ମଞ୍ଜୁର କରିଛନ୍ତି । ଶନିବାର ଠାରୁ  ତାକୁ ରିମାଣ୍ଡରେ ଆଣି ଜେରା ଅରମ୍ଭ  କରିଛି । ଜେରା ପାଇଁ ସ୍ୱାତୀକୁ ପୁଲିସ୍‌  ନୋଟିସ୍‌ କରିଛି । ତା’ଛଡ଼ା ଗତ ୩ ବର୍ଷ  ଭିତରେ ସତ୍ୟଜିତ୍‌ କେତେଥର ବିଦେଶ  ଯାଇଛି ସେ ସବୁ ଯାଞ୍ଚ କରିବ ପୁଲିସ୍‌ ।  ଅନ୍ୟପକ୍ଷରେ ସତ୍ୟଜିତ୍‌ ନାଁରେ  ପୁରୀରେ ଏକ ପ୍ଲଟ୍‌ ଠାବ ହୋଇଛି ।  ଠକେଇ ଟଙ୍କାରେ  ଉକ୍ତ ପ୍ଳଟ୍‌ କିଣା  ଯାଇଥିବା ପୁଲିସ୍‌  କହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.