ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡ ଓ ୮ଲକ୍ଷ ଟଙ୍କା ଜରିମାନା

ନୀଳଗିରି,୧୭/୫: ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ଓ ୮ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ମାନ୍ୟବର ନୀଳଗିରି ଏସଡିଜେଏମ ଇପସି ମହାନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ତିନିମାସ ଜେଲଦଣ୍ଡ ଭୋଗିବାକୁ ରହିଛି ନିର୍ଦ୍ଦେଶ । ଅଭିଯୁକ୍ତ ହେଲେ ଭୋଗରାଇ ଥାନା ଅନ୍ତର୍ଗତ ମନ୍ଦାରସାହି ଗ୍ରାମର ଜୀବନ କୃଷ୍ଣ କରଣ। 

ସୂଚନାନୁଯାୟୀ, ୨୦୨୨ ମସିହାରେ ବେଗୁନିଆ ଗ୍ରାମର ଦୀପକ କୁମାର ମାହାନ୍ନାଙ୍କ ଠାରୁ  ୭ଲକ୍ଷ ଟଙ୍କା ଧାର ନେଇ ଚେକ୍ ଦେଇଥିଲେ ଜୀବନ କୃଷ୍ଣ କରଣ। ହେଲେ‌ ପରବର୍ତ୍ତୀ ମୁହୂର୍ତ୍ତରେ ଚେକf ବାଉନ୍ସ ହୋଇଥିଲା। ଫଳରେ ଦୀପକ କୁମାର ମାନ୍ୟବର ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଦୀପକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦିଗମ୍ବର ସହପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.