ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଫିରିଙ୍ଗିଆ ଲୋଇସିଂରେ ଛେଳିଙ୍କୁ ବସନ୍ତ ରୋଗ ବ୍ୟାପିବା ଘଟଣା, ଗାଁରେ ପହଞ୍ଚିଲା ପ୍ରାଣୀ ଡାକ୍ତର ଟିମ୍

ଫିରିଙ୍ଗିଆ, ୦୯/୦୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲୋଇସିଂ ଓ ବାଲନ୍ଦାପଡ଼ା ଅଞ୍ଚଳରେ ଗାଈଗୋରୁ ଏବଂ ଛେଳିମେଣ୍ଢାମାନଙ୍କୁ ବସନ୍ତ ରୋଗ ବ୍ୟାପିବା ଓ ଚିକିତ୍ସା ନପାଇ ଛେଳିମେଣ୍ଢାମାନଙ୍କର ମୃତ୍ୟ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପଶୁସମ୍ପଦ ବିଭାଗ ତତ୍ପରତା ପ୍ରକାଶ କରିଛି। ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ସତ୍ୱେ ପଶୁସମ୍ପଦ ବିଭାଗର ଏକ ଚାରି ଜଣିଆ ଡାକ୍ତରୀ ଟିମ୍ ଏହି ଅଞ୍ଚଳରେ ପହଞ୍ଚିଛି।

ସୂଚନା ଅନୁସାରେ, ଫିରିଙ୍ଗିଆ ବ୍ଲକରେ ପଶୁସମ୍ପଦ ବିଭାଗର କର୍ମଚାରୀ ଅଭାବ ରହିଥିବାରୁ ପଶୁମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଆକାରଣରେ ମରୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ବାରମ୍ବାର ଅଭଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କିଛିଦିନ ତଳେ ଲୋଇସିଂ ଅଞ୍ଚଳର ଯୁବ ସମାଜ ଶେବି ଆଲୋକ କହଁର ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମକୁ ଖବର ଦେଇଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ହେବାପରେ ସୋମବାର ଅଞ୍ଚଳରେ ଡାକ୍ତରୀ ଟିମ୍ ପହଞ୍ଚି ପଶୁମାନଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଫୁଲବାଣୀର ବରିଷ୍ଠ ପଶୁ ଡାକ୍ତର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ଏହି ଟିମ୍ ଅଞ୍ଚଳରେ ପଶୁମାନଙ୍କ ଚିକିତ୍ସା ଆରମ୍ଭ କରିଥିବା ବେଳେ ଟିମ୍‌ରେ ବାଳନ୍ଦାପଡ଼ା ଏଲାଇ ଅଶୋକ ପାତ୍ର ଓ କ୍ରାଣ୍ଡିବାଲି ପଶୁ ସହାୟକ ସହ ଗୋଛାପଡାର ପଶୁ ସହାୟକ ମଧ୍ୟ୍ୟ ଉପସ୍ଥିତ ଅଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.