ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ପୂଜକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ ପରଲୋକ । ଆଜି ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ସକାଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । 

ମଣିକର୍ଣ୍ଣିକା ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାରଣାସୀର ବରିଷ୍ଠ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାରର ଅନେକ ପିଢ଼ି ବାରାଣସୀରେ ହିଁ ରହି ଆସୁଛନ୍ତି।

ଆଜି ତାଙ୍କ ବିୟୋଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେ ଏକ୍ସରେ  ପୋଷ୍ଟ କରିଛନ୍ତି ଯେ, ‘ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ କାଶୀର ମହାନ ପଣ୍ଡିତ ଓ ଶ୍ରୀ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜକ ଥିଲେ। ତାଙ୍କ ପରଲୋକ ଧାର୍ମିକ ଓ ଶିକ୍ଷିତ ବିଶ୍ୱର ଏକ ଅପୂରଣୀୟ କ୍ଷତି।’

ଏହା ସହ ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ସେବା ପାଇଁ ସେ ସବୁବେଳେ ମନେ ରହିବେ। ମୁଁ ତାଙ୍କ ଅମର ଆତ୍ମାର ସଦଗତି କମନା କରୁଛି। ଏପରି ଏକ ଶୋକ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ଭଗବାନ ଶ୍ରୀ ରାମ ଶକ୍ତି ପ୍ରଦାନ କରନ୍ତୁ ବୋଲି ଏକ୍ସରେ ଲେଖିଛନ୍ତି ଯୋଗୀ ଆଦିତ୍ୟନାଥ ।

 

  • Ayodhya Ram Mandir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.