ପ୍ରମୁଖ ଖବର
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଚିକିଟି ଏନ.ଏ.ସି ୩ ନମ୍ୱର ୱାର୍ଡର ସଭ୍ୟ ଭାବେ ହର ପ୍ରସାଦ ଚୌଧୁରୀ ନିର୍ବାଚିତ

ଚିକିଟି, ୩୦/୧୧ : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ୩ ନମ୍ୱର ୱାର୍ଡର ସଭ୍ୟ ଭାବେ ବିଜେଡିରୁ ହର ପ୍ରସାଦ ଚୌଧୁରୀ ନିର୍ବାଚିତ l ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିଲା l ୪୮୪ ଖଣ୍ଡ ଭୋଟ୍ ହାତେଇ ହର ପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅନନ୍ତ ନାରାୟଣ ପାଣିଗ୍ରାହୀ ମାତ୍ର ୧୫ ଟି ଏବଂ ନୋଟାକୁ ୨ ଟି ଭୋଟ ମିଳିଥିବାବେଳେ ସ୍ଵାଧୀନ ପ୍ରାର୍ଥୀକୁ କିଛି ବି ଭୋଟ ମିଳିନାହିଁ l 

ପ୍ରକାଶ ଥାଉକି, ୩ନଂ ୱାର୍ଡର ସଭ୍ୟ ଦୁର୍ଗା ପ୍ରସାଦ ଦେଓଙ୍କ ମୃତ୍ୟ ପରେ ଏହି ପଦବୀ ଖାଲି ପଡ଼ିଥିଲା l ଗତକାଲି ଏଥିପାଇଁ ମତଦାନ ହୋଇଥିଲା । ୱାର୍ଡର ଭୋଟର ସାଂଖ୍ୟ ୬୫୪ ଥିବାବେଳେ ସେଥିମଧ୍ୟରୁ ମଧ୍ୟରୁ ୫୦୧ ଜଣ ଭୋଟର ମତଦାନ କରିଥିଲେ l ବିଜେଡିର ବିଜୟ ପରେ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇଛି l ବିଜୟୀ ପ୍ରାର୍ଥୀଙ୍କ ପାଇଁ ଶୁଭେଛାର ସୁଅ ଛୁଟିଛି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.