ଭୁବନେଶ୍ୱର, ୧୧/୦୯ : ୧୦ ବର୍ଷ ହେଲା ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ କରାଯାଇନାହିଁ । ୧୯୯୭ ମସିହାରେ ରାଜ୍ୟ ସରକାର ଶେଷ ଥର ଲାଗି ଏହି ସର୍ଭେ କରିଥିଲେ । ସେହିପରି ଏପର୍ଯ୍ୟନ୍ତ ୨୭୧ଟି ମାମଲା ଅଦାଲତରେ ରୁଜୁ କରାଯାଇଥିବାବେଳେ ୩ ଲକ୍ଷ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ବଲାଙ୍ଗୀର, ଦେଓଗଡ଼ ଓ ନୂଆପଡ଼ାରୁ କେହି ଶିଶୁ ଶ୍ରମିକ ଉଦ୍ଧାର ହୋଇନାହାନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ । ତେବେ ଜରିମାନା ଆଦାୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ରହିଛି । ଏହି ଜିଲ୍ଲାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୩୫ଟି ମାମଲା ଦାୟର କରାଯାଇଛି ।
ବାଲେଶ୍ୱରରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୪ ଉଦ୍ଧାର ଓ ୭ ମାମଲା ହୋଇଛି । ଅନୁଗୁଳରୁ କୌଣସି ଜରିମାନା ଅ।।ଦାୟ କରାଯାଇନଥିବାବେଳେ ଏହି ଜିଲ୍ଳାରୁ ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୦ ମାମଲା ହୋଇଛି । ବରଗଡରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୋଟିଏ ମାମଲା ରୁଜୁ କରାଯାଇଛି । ବୌଦ୍ଧରେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଭଦ୍ରକରେ ୩୦ ଉଦ୍ଧାର ହୋଇଥିବାବେଳେ ଓ ୩୦ଟି ମାମଲା ହୋଇଛି ଏବଂ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । କଟକ ଜିଲ୍ଲାରେ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଢ଼େଙ୍କାନାଳରେ ୬୯ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୨ଟି ମାମଲା ହୋଇଛି ଏବଂ ୨୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଗଜପତିରେ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ଗଞ୍ଜାମରେ ୪୪ ଜଣ ଉଦ୍ଧାର ହୋଇଥିବାବେଳେ ୨୩ ମାମଲା ହୋଇଛି । ଜଗତସିଂହପୁରରେ ୪ ଉଦ୍ଧାର ହୋଇଥିବାବେଳେ ୪ ମାମଲା ହୋଇଛି ଓ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଝାରସୁଗୁଡ଼ାରେ ୧୪ ଉଦ୍ଧାର ହୋଇଥିବାବେଳେ ୧୨ ମାମଲା କରାଯାଇଛି ।
ଯାଜପୁରରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । କଳାହାଣ୍ଡିରେ ୧୦ ଉଦ୍ଧାର ହୋଇଥିବାବେଳେ ୧୦ ମାମଲା ହୋଇଛି । କନ୍ଧମାଳରେ ୫ଜଣଙ୍କୁ ଉଦ୍ଧାର କରାଯାଇଛି । କେନ୍ଦ୍ରାପଡ଼ାରୁ ୩ ଉଦ୍ଧାର ହୋଇଥିବାବେଳେ ୨ଟି ମାମଲା କରାଯାଇଛି । ଖୋର୍ଦ୍ଧାରେ ୧୧ ଉଦ୍ଧାର ହୋଇଥିବାବେଳେ ୮ଟି ମାମଲା, କୋରାପୁଟରେ ୧୬ ଉଦ୍ଧାର, ୧୩ ମାମଲା ଓ ୨୦ହଜାର ଜରିମାନା ଆଦାୟ ହୋଇଛି । ମାଲକାନଗିରିରେ ୫୬ ଉଦ୍ଧାର ହୋଇଥିବାବେଳେ ୪ ମାମଲା ହୋଇଛି । ମୟୂରଭଞ୍ଜରୁ ୩୭ ଉଦ୍ଧାର, ୩୭ ମାମଲା ହୋଇଥିବାବେଳେ ୨୫ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ନବରଙ୍ଗପୁରରେ ୧୦ ଉଦ୍ଧାର ଓ ୧୦ ମାମଲା, ନୟାଗଡ଼ରେ ୫ ଉଦ୍ଧାର ଓ ୩ ମାମଲା, ନୂଆପଡ଼ାରେ ୮ ମାମଲା, ପୁରୀରେ ୧୨ ଉଦ୍ଧାର ଓ ୫ ମାମଲା, ରାୟଗଡ଼ାରେ ୧୯ ଉଦ୍ଧାର ଓ ୯ ମାମଲା ଏବଂ ୨୦ହଜାର ଜରିମାନା ଆଦାୟ କରାଯାଇଛି । ସମ୍ବଲପୁରରେ ୨୩ ଉଦ୍ଧାର, ୫ ମାମଲା ଓ ୨୦ ହଜାର ଜରିମାନା ଆଦାୟ କରାଯାଇଛି । ସୁବର୍ଣ୍ଣପୁରରେ ୧୯ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେହିପରି ସୁନ୍ଦରଗଡ଼ରେ ୧୫ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୫ଟି ମାମଲା ହେବା ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।