ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁଦ୍ଧର ବିଗୁଲ ବଜାଇଲା ଚୀନ! ୟୁକ୍ରେନ ଭଳି ନିଜକୁ ପ୍ରସ୍ତୁତ କରୁଛନ୍ତି ତାଇଓ୍ବାନ ଜନତା

ନୂଆଦିଲ୍ଲୀ,୨୫/୦୫: ୟୁକ୍ରେନରେ ଲାଗି ରହିଥିବା ଋଷର ନରସଂହାର ମଧ୍ୟରେ ତାଇଓ୍ବାନ ମଧ୍ୟ ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାରେ ଲାଗିଛି। ଚୀନ୍‌ ସହିତ ସମ୍ଭାବିତ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ନିଜକୁ ପ୍ରଶିକ୍ଷିତ କରୁଛନ୍ତି। ସେମାନେ ନକଲି ମିଜାଇଲକୁ ବିସ୍ଫୋରଣ କରିବା ଠାରୁ ଆରମ୍ଭ କରି ଯୁଦ୍ଧରେ ଆହତ ହୋଇଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇପାରିବ, ସେଭଳି ତମାମ ସମସ୍ୟାର ମୁକାବିଲା ପାଇଁ ଟ୍ରେନିଂ ନେଉଛନ୍ତି। ଏସବୁ ଏଥିପାଇଁ କରାଯାଉଛି, କାରଣ ଚୀନ୍‌ ଏବେ ତାଇଓ୍ବାନକୁ କବ୍‌ଜା କରିବ ବୋଲି ଆଶଙ୍କା ରହିଛି ଏବଂ ଏନେଇ ଆନ୍ତର୍ଜାତୀୟ ସ୍ଥରରେ ଅଧିକ ଚର୍ଚ୍ଚା ହେଉଛି। 

ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଶୁକ୍ରବାର ଦିନ ତାଇଓ୍ବାନ କ୍ଷମତା ଉପରେ କବ୍‌ଜା କରିବା ପାଇଁ ପରୀକ୍ଷଣ କରୁଥିଲା। ଚୀନ୍‌ କହିଛ ଯେ, ଏହାର ସେନା ତାଇଓ୍ବାନର ନୂଆ ରାଷ୍ଟ୍ରପତି ଥିବା ଲାଇ ଚିଙ୍ଗ୍‌ ତେ' ଙ୍କ ବିବୃତ୍ତିର ଜବାବରେ ସ୍ବଶାସିତ ଦ୍ବୀପର ଆଖପାଖରେ ବିଶାଳ ମାତ୍ରାରେ ସୈନ୍ୟ ସମରାଭ୍ୟାସ କରିଥିଲା। ଚୀନ୍‌ର ଧମକ ଭିତରେ ତାଇଓ୍ବାନର ଲୋକମାନେ ଯୁଦ୍ଧସ୍ଥରର ପ୍ରସ୍ତୁତି କରୁଛନ୍ତି। 

ଅଲ୍‌ ଜଜିରାର ରିପୋର୍ଟ ମୁତାବକ, ତାଇଓ୍ବାନର ଲୋକମାନେ ନକଲି ରକ୍ତ ଓ ନକଲି ଅଙ୍ଗ ମାଧ୍ୟମରେ ନିଜକୁ ପ୍ରଶିକ୍ଷଣ ଦେଉଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସ ଶେଷ ଆଡ଼କୁ ନାଗରିକ ସୁରକ୍ଷା ସମୂହ, କୁମା ଏକାଡେମୀ ମଧ୍ୟ ଏହି ଭଳି ଏକ ଅଭ୍ୟାସ କରିଥିଲେ। ଏଥିରେ ମିସାଇଲ ଆକ୍ରମଣ ପରେ କିପରି ପରିସ୍ଥିତିକୁ ମୁକାବିଲା କରିବା, ସେଥିପାଇଁ ଟ୍ରେନିଂ ଦିଆଯାଇଥିଲା।  ଏବେ କିନ୍ତୁ ତାଇଓ୍ବାନରେ ଏହିଭଳି କିଛି ଟ୍ରେନିଂ ସାଧାରଣ ହୋଇସାରିଛି। ଏହି ପ୍ରଶିକ୍ଷଣ ୮ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଏୟାର ଡିଫେନ୍ସ ଆଲାର୍ମର ଜବାବ ଦେବା, ଆଖପାଖ ଅଞ୍ଚଳକୁ କଭର କରି ସୁରକ୍ଷା ଦେବା ଏବଂ ଶତୃପକ୍ଷ ଦ୍ବାରା ଚିହ୍ନା ପଡ଼ିବାରୁ ରକ୍ଷା ପାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। 

କୁମା ଏକାଡେମୀର ପ୍ରଶିକ୍ଷକ ଚେନ୍‌ ୟିଙ୍ଗ୍‌ କହିଛନ୍ତି ଯେ, 'ଆମେ ଆଜି ଏକ ବଡ଼ ଧରଣର ଅଭ୍ୟାସ କରୁଛୁ। ଏଥିରେ ଆମେ ଆମର ଛାତ୍ରମାନଙ୍କୁ ଯୁଦ୍ଧ ସମୟରେ ସମସ୍ତ ପ୍ରକାର ସମସ୍ୟାକୁ ମୁକାବିଲା କରିବା ଓ ରକ୍ଷା ପାଇଁ ପ୍ରୟାସ କରିବାକୁ ପ୍ରଶିକ୍ଷଣ ଦିଆଯାଉଛି। ଗୋଟିଏ ଡ୍ରିଲ୍‌ରେ ୧୨୦ଜଣ ଭାଗ ନେଇଛନ୍ତି, ଏମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ପ୍ରାରମ୍ଭିକ ପ୍ରାଥମିକ ଚିକିତ୍ସା ଓ ବିପଦକୁ ମୁକାବିଲା କରିବାର ପ୍ରଶିକ୍ଷଣକୁ ପୂରା କରିସାରିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.