ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଣ ଚାହୁଁଛି ଶ୍ରୀଲଙ୍କା ? ଭାରତଠୁ ମାଗି କରି ଖାଉଛି, ତଥାପି ଚୀନର BRIକୁ ଛାଡ଼ିବାକୁ ନାରାଜ...

ନୂଆଦିଲ୍ଲୀ, ୨୮/୦୩: ଭାରତର ପଡ଼ୋଶୀ ଶ୍ରୀଲଙ୍କା ଏବେ ଗମ୍ଭୀର ସଂକଟ ମଧ୍ୟରେ ଗତି କରୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ଯେ, ଖାଦ୍ୟ ଶସ୍ୟରୁ ନେଇ ତେଲ ପର୍ଯ୍ୟନ୍ତ ସବୁଥି ପାଇଁ ବିଦେଶୀ ଋଣ ନେବାକୁ ପଡ଼ୁଛି । ଯଦି ଭାରତ, ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଦେଇ ନଥାନ୍ତା ତ ଦେଶ ଅରାଜକତା ପାଇଁ ବରବାଦ ହୋଇ ଯାଇଥାନ୍ତା ।

ଗତବର୍ଷ ଶ୍ରୀଲଙ୍କାକୁ ଋଣ ଖିଲାପୀ ଘୋଷଣା କରାଯାଇଥିଲା । ଆର୍ଥିକ ସଂକଟ ଲାଗି ଶ୍ରୀଲଙ୍କାରେ ଦେଖା ଦେଇଥିଲା ଜନ ଅସନ୍ତୋଷ । ବିରୋଧ ଯୋଗୁଁ ତତ୍କାଳୀନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଦେଶ ଛାଡ଼ି ପଳାଇଥିଲେ । ସେତେବେଳେ କୁହା ଯାଇଥିଲା ଚୀନ ଠାରୁ ଋଣ ପାଇଁ ଶ୍ରୀଲଙ୍କାର ଏଭଳି ସ୍ଥିତି । କିନ୍ତୁ ଶ୍ରୀଲଙ୍କା ପୁରୁଣା ଭୁଲରୁ ଶିଖିବା ପରିବର୍ତ୍ତେ ପୁଣି ଭୁଲ୍ ଦୋହରାଇବାକୁ ଯାଉଛି ।

ଏବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦିନେଶ ଗନବାର୍ଡନା ଚୀନ୍ ଗସ୍ତରେ ଅଛନ୍ତି । ବେଜିଂ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି । ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ଗନବାର୍ଡନା ଶ୍ରୀଲଙ୍କାରେ ପୋର୍ଟ ସିଟି କଲମ୍ବୋ ଓ ହମ୍ବନଟୋଟା ପୋର୍ଟ ପ୍ରକଳ୍ପକୁ ପ୍ରଶଂସା କରିବା ସହ ୨ ଦେଶ ମଧ୍ୟରେ ବେଲ୍ଟ ଆଣ୍ଡ ରୋଡ୍ ସହଯୋଗ ଉପରେ ସହମତି ପ୍ରକାଶ କରିଛନ୍ତି ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଶ୍ରୀଲଙ୍କାକୁ ପ୍ରଶଂସାରେ ପୋତି ପକାଇଛନ୍ତି । ସେ କହିଛନ୍ତି, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଏବଂ ବିକାଶ କାର୍ଯ୍ୟ ଜାରି ରଖିବା ଲାଗି ଉପଯୋଗୀ ହେବ ।

ଚାଇନା ଡେଲିର ରିପୋର୍ଟ ଅନୁସାରେ, ଜିନପିଙ୍ଗ କହିଛନ୍ତି ଚୀନ ସହ ରାଜନୈତିକ ସମ୍ପର୍କକୁ ମଜଭୁତ କରିବା, ଶାସନ ଅନୁଭବ ବାଣ୍ଟିବା ସହ ଅନ୍ୟ ବ୍ୟବହାରିକ ସହଯୋଗ ବୃଦ୍ଧି କରି ଶ୍ରୀଲଙ୍କା ସହ ଏକାଠି କାମ କରିବାକୁ ପ୍ରସ୍ତୁତ । ଏହାଛଡ଼ା ଡିଜିଟାଲ୍ ଅର୍ଥ ବ୍ୟବସ୍ଥା, ସାଂସ୍କୃତିକ ପର୍ଯ୍ୟଟନ ଓ ସାମୁଦ୍ରିକ ଅର୍ଥ ବ୍ୟବସ୍ଥା ଆଦି କ୍ଷେତ୍ରରେ ଆଦାନ-ପ୍ରଦାନ ଏବଂ ସହଯୋଗ ମଜଭୁତ୍ ପାଇଁ ଜିନପିଙ୍ଗ ଆଗ୍ରହ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.