ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଚୀନ୍‌ରେ ଲାଗୁ ହେବାକୁ ଯାଉଛି ବିଭିନ୍ନ ପ୍ରକାର କପଡା ଉପରେ ବ୍ୟାନ୍‌, ସରକାରଙ୍କ ଭାବନାକୁ ଦୃଷ୍ଟିରେ ରଖି ପିନ୍ଧିବାକୁ ପଡିବ ଡ୍ରେସ୍

ବେଜିଂ,୧୮।୯: ଚୀନ୍ ଏକ ଅଜବ ନିୟମ ଆଣିଛି। ଖୁବ୍ ଶୀଘ୍ର ଦେଶର ଭାବନାକୁ ଆଘାତ ଦେଇଥିବା” ପୋଷାକକୁ  ବେଆଇନ ଘୋଷିତ ହୋଇପାରେ। ଏହା ଅଧୀନରେଯେଉଁମାନେ ଲୋକଙ୍କୁ ଆଘାତ ପହଞ୍ଚାଉଥିବା ଭଳି ପୋଷାକ ପିନ୍ଧନ୍ତି ସେମାନଙ୍କୁ ଜେଲ୍‌ କିମ୍ବା ଜରିମାନା ଦେବା ନେଇ ବିଚାର କରାଯାଉଛି।

ବିବିସି ରିପୋର୍ଟ ଅନୁଯାୟୀଦେଶର ବିଧାୟିକାଙ୍କ ସ୍ଥାୟୀ କମିଟି ନିକଟରେ ଆଇନରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ଜାରି କରିଛି।   ଯାହାପରେ ଏଭଳି ଚର୍ଚ୍ଚା ହେଉଛି।  ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ପୋଷାକ କିମ୍ବା ଭାଷଣ ସମେତ ଅନେକ ପ୍ରକାରର ଆଚରଣ ଉପରେ ପ୍ରତିବନ୍ଧକ ଲଗାଯିବ। ଯାହା ଚାଇନାର ଲୋକଙ୍କ ଭାବନା ପାଇଁ କ୍ଷତିକାରକ ଏବଂ ସେମାନଙ୍କ ଭାବନାକୁ ଆଘାତ ଦେଇଥାଏ |

ତେବେ ସାଂସଦମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଯେ, ନୂତନ ନିୟମ ପ୍ରଣୟନ ହେବା ପରେ କେଉଁ ପ୍ରକାରର ପୋଷାକ ଉପରେ ପ୍ରତିବନ୍ଧକ ଲଗାଯିବ ଏହା ସହିତଯେଉଁମାନେ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ ଏହା କରନ୍ତି ତାଙ୍କ ଉପରେ କେତେ ୟୁଆନ୍‌ର ଜରିମାନା ଲଗାଯିବ କିମ୍ବା ସେମାନଙ୍କ ପାଇଁ ଦଣ୍ଡ କେତେ ଦିନ ହେବ ବିବିସି ରିପୋର୍ଟ ଅନୁଯାୟୀଏହି ନିୟମକୁ ଲାଗୁ କରାଯିବା ପରେ ଯେଉଁ ଲୋକ ନିଜର ପୋଷାକ ଜରିଆରେ ଚୀନ୍‌ର ଭାବନାକୁ ଆଘାତ ଦେଇ ଧରାପଡିଛନ୍ତି କିମ୍ବା ଅନ୍ୟମାନଙ୍କୁ ଏହାକୁ ପିନ୍ଧିବାକୁ ବାଧ୍ୟ କରୁଛନ୍ତିସେମାନଙ୍କୁ ୧୫ ଦିନ ପାଇଁ ଅଟକ ରଖାଯାଇପାରେ ଏବଂ ୫୦୦୦ ୟୁଆନ୍ ପର୍ଯ୍ୟନ୍ତ ଜୋରିମାନା ( ପାଖାପାଖି ୫,୬୮୭ ଟଙ୍କା) ଲଗାଯାଇପାରିବ

ସୂଚନାଯୋଗ୍ୟ ଯେ, ଗତ ବର୍ଷ ସାଂଘାଇ ନିକଟ ସୁଜୋ ସହରରେ ପୋଲିସ ଜଣେ ମହିଳାଙ୍କୁ ତାଙ୍କ ପୋଷାକ ହେତୁ ଗିରଫ କରିଥିଲା।ଏହାର କାରଣ ଥିଲା ମହିଳା ସର୍ବସାଧାରଣ ସ୍ଥାନରେ କିମୋନ୍ ପିନ୍ଧିଥିଲେ। କିମୋନୋ ହେଉଛି ଜାପାନର ଜାତୀୟ ପୋଷାକ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର କାର୍ଯ୍ୟାନୁଷ୍ଠାନକୁ ନେଇ ଚୀନ୍ ଦୀର୍ଘ ଦିନ ଧରି ବିବାଦ କରିଆସୁଛି। ଏହି ମାମଲାରେ ମହିଳା ଜଣକ କିମୋନ୍ ପିନ୍ଧିଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା।

China
dresscode

Copyright © 2022 - Summa Real Media Private Limited. All Rights Reserved.