ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ କନଷ୍ଟେବଳଙ୍କ ଟ୍ରାନ୍ସଫର, ସ୍ବାମୀଙ୍କର ବି ହେଲା ସ୍ଥାନାନ୍ତର

ଚଣ୍ଡିଗଡ଼,୩/୭ : ହିନ୍ଦୀ ସିନେମାର ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରଣାଓ୍ବତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ମହିଳା ସିଆଇଏସଏଫର କନଷ୍ଟେବଳ କୁଲବିନ୍ଦର କୋରଙ୍କ ଟ୍ରାନ୍ସଫର କରିଦିଆଯାଇଛି । ସୂଚନା ମୁତାବକ, ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କର ବି କରାଯାଇଛି ।

ପ୍ରକାଶ ଯେ, ଚଣ୍ଡିଗଡ଼ ଏୟାରପୋର୍ଟରେ କଙ୍ଗନା ରଣାଓ୍ବତଙ୍କୁ ଚାପୁଡ଼ା ମାରିବା ଘଟଣା ପରେ କୁଲବିନ୍ଦର କୋରଙ୍କୁ ସସ୍ପେଣ୍ଡ କରି ଦିଆଯାଇଥିଲା । ସିଆଇଏସଏଫ ସ୍ପଷ୍ଟ କରିଛି କି କନଷ୍ଟେବଳ କୋର ଏବେ ବି ନିଲମ୍ବିତ ଅଛନ୍ତି ଏବଂ ତାଙ୍କ ବିରୋଦ୍ଧରେ ବିଭାଗୀୟ ଯାଞ୍ଚ ଏବେ ବି ଜାରି ରହିଛି । 

କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ ମହିଳାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଚାପୁଡ଼ା ମାରିବା ପଛର କାରଣ କହିଥିଲେ । ଭିଡ଼ିଓରେ ମହିଳା ଜଣଙ୍କ ଏହା କହୁଥିବା ଦେଖାଯାଇଥିଲା କି, କଙ୍ଗନା ବୟାନ ଦେଇଥିଲେ ୧୦୦-୧୦୦ଟଙ୍କାରେ କୃଷକ ଆନ୍ଦୋଳନରେ ମହିଳାମାନେ ବସିଛନ୍ତି, ସେ ସମୟରେ ମୋ ମା’ କୃଷକ ଆନ୍ଦୋଳନରେ ଯାଉଥିଲେ’ । ପ୍ରକାଶ ଯେ, କଙ୍ଗନା ଦେଶରେ ହୋଇଥିବା କୃଷକ ଆନ୍ଦୋଳନକୁ ଟାର୍ଗେଟ କରି କହିଥିଲେ କି ଇନ୍ଦିରା ଗାନ୍ଧୀ ଖାଲିସ୍ତାନୀଙ୍କୁ ମଶା ଭଳି ମାରି ଦେଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.