ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିମାନବନ୍ଦରରେ କଙ୍ଗନାଙ୍କୁ ଚାପୁଡା ମାରିଥିବା ମହିଳା ଯବାନଙ୍କୁ ନିଲମ୍ବନ କଲେ CISF ଡିଜି, ଘଟଣାର ଅନୁସନ୍ଧାନ କରିବ ତଦନ୍ତ କମିଟି...

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମାଣ୍ଡିରୁ ଲୋକସଭା ନିର୍ବାଚନରେ ଜିତିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ମହିଳା ସିଆଇଏସ୍ଏଫ୍ କର୍ମଚାରୀ ଚାପୁଡ଼ା ମାରିଥିଲେ । ବର୍ତ୍ତମାନ ଏହି ଘଟଣାରେ ଅଭିଯୁକ୍ତ ମହିଳା ସିଆଇଏସ୍ଏଫ୍ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଆଇଏସ୍ଏଫ୍ ଡିଜି ତାଙ୍କୁ ନିଲମ୍ବନ କରିଛନ୍ତି । ଏହା ବ୍ୟତୀତ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । 

ସୂଚନାନୁସାରେ, ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଆଇଏସ୍ଏଫ୍ ମହିଳା ସୁରକ୍ଷା କର୍ମୀ କଙ୍ଗନା ରାଣାୱତଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ଯୁକ୍ତି ପରେ ସୁରକ୍ଷା କର୍ମୀ ଜଣକ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ତଦନ୍ତ କମିଟି ଗଠନ କରାଯାଇଛି, ଯାହା ଏହି ଘଟଣାର ଅନୁସନ୍ଧାନ କରିବ । ଏହି ଘଟଣା ପରେ କଙ୍ଗନା ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିଯୁକ୍ତ ମହିଳା ସୁରକ୍ଷା କର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି। ଭିଡିଓରେ ମହିଳା ସୁରକ୍ଷା କର୍ମୀ ଜଣକ କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନାଙ୍କ ବିବୃତ୍ତିକୁ ଦର୍ଶାଇଥିବାର ନଜର ଆସିଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ କର୍ମଚାରୀ କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନା ଦେଇଥିବା ବିବୃତ୍ତି ଉପରେ କ୍ରୋଧିତ ହୋଇଥିଲେ । ତାଙ୍କ କହିବା ଅନୁଯାୟୀ, କଙ୍ଗନା ଏକ ବିବୃତ୍ତି ଦେଇଛନ୍ତି ଯେ କୃଷକମାନେ ସେଠାରେ ୧୦୦ ଟଙ୍କା ପାଇଁ ବସିଛନ୍ତି । କଙ୍ଗନା ଏହି ବିବୃତ୍ତି ଦେବାବେଳେ ମୋ ମା ସେଠାରେ ବସିଥିଲେ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.