ନୂଆଦିଲ୍ଲୀ,୨୯।୬: ବିଚାରପତିଙ୍କୁ ଭଗବାନ ଓ କୋର୍ଟକୁ ମନ୍ଦିର ଭାବୁଥିଲେ ଏହା ବିପଦଜନକ। ଏଭଳି କିଛି କହିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୂଡ। ସେ କହିଛନ୍ତି, ବିଚାରପତିଙ୍କ କାମ ଜନହିତ କରିବା। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ସମ୍ମିଳନୀରେ ଯୋଗ ଦେଇ ସେ ଏହା କହିଛନ୍ତି।
ସିଜେଆଇ କହିଛନ୍ତି, ସବୁବେଳେ ଆମେ ମାନନୀୟ କିମ୍ବା ଲର୍ଡଶିପ୍ କହି ସମ୍ବୋଧିତ କରିଥାଉ। ଯେତେବେଳେ ଲୋକ କୁହନ୍ତି କୋର୍ଟ ନ୍ୟାୟର ମନ୍ଦିର, ତେବେ ଏହା ବହୁତ ବଡ ବିପଦ। ଏହା ବହୁତ ବିପଦର କଥା, ଆମେ ନିଜକୁ ସେହି ମନ୍ଦିରରେ ଦେବତା ଭାବରେ ଦେଖିବାକୁ ଲାଗୁ। ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ଯେତେବେଳେ ମୋତେ କୁହାଯାଏ କୋର୍ଟ ନ୍ୟାୟର ମନ୍ଦିର, ସେତେବେଳେ ସଙ୍କୋଚ ଲାଗେ, କାରଣ ମନ୍ଦିରରେ ବିଚାରପତିଙ୍କୁ ଦେବତା ଭାବରେ ମନେକରାଯାଏ। ମୁଁ ବିଚାରପତିଙ୍କ ଭୂମିକାକୁ ଲୋକଙ୍କ ସେବକ ରୂପରେ ପରିଭାଷିତ କରିବାକୁ ଚାହିଁବି।ଯେତେବେଳେ ଆପଣ ନିଜକୁ ଏଭଳି ଲୋକ ମାନନ୍ତି ଯିଏ ଅନ୍ୟର ସେବା କରିବା ପାଇଁ ଅଛି, ତେବେ ଆପଣ କରୁଣା, ସହାନୁଭୂତି, ମୁକ୍ତ ନ୍ୟାୟ କରିବାର ଭାବନା ସୃଷ୍ଟି କରିପାରିବେ।
ପ୍ରଧାନ ବିଚାରପତି କହିଛନ୍ତି, ଅପରାଧିକ ମାମଲାରେ କାହାକୁ ସଜା ଶୁଣାଣିବା ସମୟରେ ବିଚାରପତି ସମବେଦନାର ଭାବନା ସହିତ ଏଭଳି କରନ୍ତି, କାରଣ ଶେଷରେ ଜଣେ ମଣିଷକୁ ସଜା ଶୁଣାଯାଏ। ଏହି କାରଣରୁ ମୋ ମତରେ ସମ୍ବିଧାନିକ ନୈତିକିକତାର ଏହି ଧାରଣା ଗୁରୁତ୍ବପୂର୍ଣ୍ଣ ଅଟେ, ନା କେବଳ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ନୁହେଁ ବଂର ଜିଲ୍ଲା ସ୍ତରର ଜଜ୍ଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। କାରଣ ନ୍ୟାୟପାଳିକା ସହିତ ସାଧାରଣ ଲୋକଙ୍କ ସମ୍ପର୍କ ଜିଲ୍ଲା ନ୍ୟାୟବ୍ୟବସ୍ଥା ସହିତ ଆରମ୍ଭ ହୋଇଥାଏ।’