ବାରଙ୍ଗ, ୧୩।୦୯ : ସୈତାନ ପାଲଟିଗଲା ଜନ୍ମକଲା ବାପା। ନିଜ ପୁଅ ଝିଅକୁ ହେମଦସ୍ତାରେ କଲା ମୁଣ୍ଡକୁ ଆକ୍ରମଣ। ଉଗ୍ରରୂପ ନେଲା ପାରିବାରିକ କଳହ। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟ ପୁଅ-ଝିଅଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଡ଼ମଣା ନିକଟରେ ରହୁଥିବା ଦୁଇଟି ପରିବାର ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ଟଙ୍କା ପଇସା ଓ ବିଭିନ୍ନ କାରଣକୁ ନେଇ ଚାଲିଥିବା ବିବାଦରୁ ଗଣ୍ଡଗୋଳ ହୋଇଥିଲା । ଜଣେ ବାପା ନିଜ ଜନ୍ମିତ କଲା ପୁଅ ଝିଅକୁ ହେମଦସ୍ତାରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଛଡ଼ାଇବାକୁ ଯାଇ ମାମୁଁ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଗଣ୍ଡଗୋଳରେ ଉଭୟ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ପରିବାର ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାରେ ପୋଲିସ ଗୁରୁତରମାନଙ୍କୁ ମେଡିକାଲ୍ ପଠାଇବା ସହ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।