ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ମୋନାଲିସା ପେଣ୍ଟିଂକୁ ସୁପ୍‌ ଫିଙ୍ଗିଲେ ପରିବେଶ କାର୍ଯ୍ୟକର୍ତ୍ତା, କୃଷକ ଆନ୍ଦୋଳନ ମଧ୍ୟରେ ଫ୍ରାନ୍ସରେ ହଙ୍ଗାମା

Published By : Prameya | January 29, 2024 9:00 AM

ପ୍ୟାରିସ୍‌ ୨୯/୦୧: ଫ୍ରାନ୍ସରେ କୃଷକଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଲୋୟର ମ୍ୟୁଜିୟମରେ ଏକ ଅଜବ ଘଟଣା ଘଟିଛି । ସେଠାରେ ଦୁଇ ପରିବେଶ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍‌ ଫିଙ୍ଗିଛନ୍ତି । ପେଣ୍ଟିଂକୁ ବୁଲେଟପ୍ରୁଫ୍‌ କାଚ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଥିବାରୁ ଏହା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇନାହିଁ ।

ବିକ୍ଷୋଭକାରୀମାନେ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ, ସୁସ୍ଥ ଏବଂ ଦୀର୍ଘସମୟ ପର୍ଯ୍ୟନ୍ତ ରହିପାରୁଥିବା ଖାଦ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା, ଇନ୍ଧନର ଦର ହ୍ରାସ ଆଦି ଲାଗି ଦାବି କରୁଛନ୍ତି । ବିରୋଧ ପ୍ରଦର୍ଶନ ଭିତରେ ଦୁଇ ପରିବେଶବିତ୍‌ଙ୍କ ଏହି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । ପରେ ମ୍ୟୁଜିୟମରେ ନିୟୋଜିତ ସୁରକ୍ଷାକର୍ମୀମାନେ ପେଣ୍ଟିଂ ଆଗରେ କଳା ପରଦା ଲଗାଇ ତାହାକୁ ଘୋଡ଼ାଇଥିଲେ । 

ପ୍ରକାଶଥାଉ କି, ୧୯୫୦ ଦଶକ ପ୍ରାରମ୍ଭରୁ ମୋନାଲିସା ପେଣ୍ଟିଂକୁ ସୁରକ୍ଷା ଗ୍ଲାସ୍‌ ମଧ୍ୟରେ ରଖାଯାଇଥିଲା । ଥରେ ଜଣେ ବ୍ୟକ୍ତି ପେଣ୍ଟିଂ ଉପରେ ଏସିଡ୍‌ ଫିଙ୍ଗିଦେଇଥିଲେ । ଏଥିଯୋଗୁ ପେଣ୍ଟିଂ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା । ଏହାପରଠାରୁ ଉକ୍ତ ପେଣ୍ଟିଂକୁ ବୁଲେଟ୍‌ପ୍ରୁଫ୍‌ ଗ୍ଲାସ୍‌ ମଧ୍ୟରେ ରଖାଯାଇଛି । ୨୦୨୨ରେ ଜଣେ କାର୍ଯ୍ୟକର୍ତ୍ତା ମୋନାଲିସା ପେଣ୍ଟିଂ ଉପରକୁ କେକ୍‌ ଫିଙ୍ଗି ଲୋକଙ୍କୁ ‘ପୃଥିବୀ ବାବଦରେ ଚିନ୍ତା କରିବାକୁ’ ଅପିଲ କରିଥିଲେ । ୧୯୧୧ରେ ମ୍ୟୁଜିୟମର ଜଣେ କର୍ମଚାରୀ ଭିନ୍‌ସେଞ୍ଜୋ ପେରୁଜିଆ ମ୍ୟୁଜିୟମରୁ ପେଣ୍ଟିଂ ଚୋରି କରିନେଇଥିଲେ । ଇଟାଲୀରେ ଏକ ବଜାରରେ ପେଣ୍ଟିଂକୁ ବିକ୍ରି ପାଇଁ ଉଦ୍ୟମବେଳେ ୧୯୧୩ରେ ତାହାକୁ ଉଦ୍ଧାର କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.