ଭୁବନେଶ୍ଵର, ୧୨/୦୮ : ରାଜ୍ୟରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ହର ଘର ତ୍ରିରଙ୍ଗା କାନଭାସରେ ଦସ୍ତଖତ କରିବା ସହ ଜାତୀୟ ପତାକା ଦେଖାଇ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦସ୍ତଖତ କରି ତ୍ରିରଙ୍ଗା ଉଡାଇଛନ୍ତି।
୧୫ ତାରିଖ ଯାଏଁ ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ କରିବାକୁ ବି ଅନୁରୋଧ କରିଛନ୍ତି।