ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କେଜ୍ରିଓ୍ବାଲଙ୍କୁ ସିବିଆଇ ଗିରଫ କରିବା ପରେ ଆସିଲା ପତ୍ନୀ ସୁନୀତାଙ୍କ ପ୍ରତିକ୍ରିୟା

Image Courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବୁଧବାର (ଜୁନ ୨୬) ସିବିଆଇ ଗିରଫ କରିଛି । ଏହି ଗିରଫଦାରୀକୁ ନେଇ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।  ସେ କହିଛନ୍ତି ଯେ, ଏହା ଏକଛତ୍ରବାଦ ଏବଂ  ଏମର୍ଜେନ୍ସି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ‌ରେ ସୁନୀତା ପୋଷ୍ଟ କରିଛନ୍ତି, ‘ଜୁନ୍‌ ୨୦ରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍‌ ମିଳିଥିଲା । ଇଡି ତୁରନ୍ତ କୋର୍ଟରେ ପହଞ୍ଚି ଏହା ଉପରେ ଷ୍ଟେ’ ଲଗାଇ ଦେଲା । ତାପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଆଜି ଗିରଫ କରିନେଲା । ପୁରା ସିଷ୍ଟମ ଉଦ୍ୟମ ଜାରି ରଖିଛନ୍ତି ଯେମିତି ଏ ଲୋକ ବାହାରକୁ ଆସିପାରିବ ନାହିଁ । ଏହା ଆଇନ ନୁହେଁ ।  ଏହା ହେଉଛି ଏକଛଛତ୍ରବାଦ ଏବଂ ଏମର୍ଜେନ୍ସି ।’ 




ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଛି । କୋର୍ଟ ସିବିଆଇର ଆବେଦନ ଉପରେ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସ୍ବତନ୍ତ୍ର ଜଜ୍‌ ଜଷ୍ଟିସ୍‌ ଅମିତାଭ ରାଓ୍ବତଙ୍କ ଅନୁମତି ମିଳିବା ପରେ କୋର୍ଟରୁ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ।  ସିଏମ କେଜ୍ରିଓ୍ବାଲଙ୍କୁ ତିହାର ଜେଲ୍‌ରୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରିବା ଲାଗି ସିବିଆଇ କୋର୍ଟଙ୍କ ଅନୁମତି ମାଗିଥିଲା । ତେବେ କେଜ୍ରିଓ୍ବାଲ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ଏବେ ସିବିଆଇ ମଧ୍ୟ ଯାଞ୍ଚ କରୁଛି । 

ସେପଟେ କେଜ୍ରିଓ୍ବାଲଙ୍କୁ ଜେରା କରିବା ଜରୁରି ବୋଲି କୋର୍ଟଙ୍କୁ ଅବଗତ କରାଇଛି ସିବିବଆଇ । ଅବକାରୀ ଦୁର୍ନୀତି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍ରିଓ୍ବାଲଙ୍କୁ ସାମ୍ନାସାମ୍ନି କରିବାର ଆବଶ୍ୟକତା ରହିଛି ବୋଲି କହିଛି ସିବିଆଇ । ସିବିଆଇ ପକ୍ଷର ଓକିଲ କୋର୍ଟରେ କହିଛନ୍ତି ଯେ, ‘ଆମ ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି । ନିର୍ବାଚନ ପୂର୍ବରୁ ମଧ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିପାରିଥାନ୍ତୁ । ସିବିଆଇ କେବଳ ନିଜ କାମ କରୁଛି ।’  ସେପଟେ ସିବିଆଇ ରିମାଣ୍ଡ ଆବେଦନକୁ ବିରୋଧ କରିଛନ୍ତି କେଜ୍ରିଓ୍ବାଲଙ୍କ ଓକିଲ । ସିବିଆଇର କାର୍ଯ୍ୟାନୁଷ୍ଠାନ ସଂପର୍କିତ ଦସ୍ତାବିଜ ଉପଲବ୍ଧ କରାଇବାକୁ କେଜ୍ରିଓ୍ବାଲଙ୍କ ଓକିଲ କୋର୍ଟଙ୍କ ନିକଟରେ ଅନୁରୋଧ ମଧ୍ୟ କରିଛନ୍ତି ।  

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.