ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ବୈଠକରେ ଶୃଙ୍ଖଳିତ ନୀତି ଏବଂ ଭିଡ ନିୟନ୍ତ୍ରଣକୁ ଗୁରୁତ୍ବ

ଭୁବନେଶ୍ବର ୧୬/୬: ଚଳିତ ବର୍ଷ ଘୋଷ ଯାତ୍ରା କେମିତି ଶୃଙ୍ଖଳିତ ଢଙ୍ଗରେ ହେବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ସେ କହିଛନ୍ତି ଉଭୟ ଯାତ୍ରା ଓ ସମନ୍ବୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହ ବୈଠକ ହେବ । ସେହିପରି ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ପରେ ଭିଡ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଛୁଟି ଦିନ ଥିବାରୁ ଅଧିକ ଭିଡ ହେଉଛି । ତେବେ ଏଯାଏ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।  ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ବ୍ୟବସ୍ଥିତ ହେବ । 


ରାଜ୍ୟ ଅତିଥି ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୋଲିସ ଡିଜି ଅରୁଣ ଷଡଙ୍ଗୀ, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ,ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ଅଧିକାରୀ ସାମିଲ ଥିଲେ।  

ଜୁନ ୨୨ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଜୁଲାଇ ୭ରେ ଘୋଷଯାତ୍ରା ପଡୁଛି । ତେବେ ଏଥର ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ରଥଟଣା ପାଇଁ ହାତରେ ୨ ଦିନ ସମୟ କମ ଥିବାରୁ ନୀତିକାନ୍ତି ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.