ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଜରୁରୀ ଅବତରଣ ବେଳେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ସମେତ ୩ ନିଖୋଜ

ନୂଆଦିଲ୍ଲୀ,୦୩/୦୯:ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଗୁଜରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟର  ହୋଇଛି ଦୁର୍ଘଟଣାଗ୍ରସ୍ତ । ଫଳରେ ଏଥିରେ  ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ହୋଇଛନ୍ତି।ତେବେ ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ। ଯେଉଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି। ଏମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ବେଳେ ସର୍ଚ୍ଚ ଅପରେସନ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି। 

ସୂଚନା ମୁତାବକ,ଏହି  ଧ୍ରୁବ ହେଲିକପ୍ଟରଟି ଗୁଜରାଟରେ ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟାରେ ନିୟୋଜିତ ଥିଲା। ତେବେ ସୋମବାର ଏହା ରାତିରେ ୧୧ଟାରେ ପୋରବନ୍ଦର ନିକଟ ଆରବ ସାଗରରେ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଏହାପରେ ଏଥିରେ ଦୁର୍ଘଟଣା ଘଟିଛି। ବିମାନର ଭଗ୍ନାବଶେଷ ମଧ୍ୟ ସେଠାରେ ପଡିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ଯୋଗୁ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା, ତା'ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରଥମିକ ତଦନ୍ତ ପରେ ହିଁ ଏହାର ସୂଚନା କୋଷ୍ଟଗାର୍ଡ ପକ୍ଷରୁ ଜାରି କରାଯିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.