ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମ ସୁମାତ୍ରାରେ କୋଲ୍ଡ ଲାଭାର ଫ୍ଲାସ୍ ଫ୍ଲଡ, ୫୨ ମୃତ

ନୂଆଦିଲ୍ଳୀ,୧୪।୫: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ କୋଲ୍ଡା ଲାଭାର ଫ୍ଲାସ ଫ୍ଲଡ୍‌ ଉଜାଡି ଦେଇଛି ସବୁ କିଛି। ଏହି କାରଣରୁ ୫୨ରୁ ଅଧିକ ଲୋକଙ୍କର ମୃତ୍ୟୁହୋଇଛି। ୩୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଁଞ୍ଚା ଯାଇଛି। ଏହା କୌଣସି ସାଧାରଣ ବନ୍ୟା ନୁହେଁ। ଏଥିରେ ଥଣ୍ଡା ଲାଭା ସହିତ ପଙ୍କ, ବନ୍ୟା ପାଣି, ବର୍ଷା ସବୁକିଛି ଦେଖିବାକୁ ମିଳିଛି। ଇଣ୍ଡୋନେସିଆ ପାଣିପାଗ ବିଭାଗର କହିବା ଅନୁସାରେ, ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଏଭଳି ବର୍ଷା ହେବ। ତେଣୁ ଆଶଙ୍କା ରହିଛି ଯେ, ଫ୍ଲାସ୍ ଫ୍ଲଡ୍, ଭୂସ୍ଖଳନ, କୋଲ୍ଡା ଲାଭା ବୋହିପାରେ। ଏହାଫଳରେ ପଥର ସହ ପାଣି ଓ ଜ୍ବାଳାମୁଖୀ ପାଉଁଶ ମଧ୍ୟ ବୋହିକି ଆସିବ।

କୋଲ୍ଡା ଲାଭାର ଫ୍ଲାସ୍ ଫ୍ଲଡ ଯୋଗୁଁ ପଶ୍ଚିମ ସୁମାତ୍ରାରେ ୩ ଜିଲ୍ଲାର ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି କୋଲ୍ଡା ଲାଭାକୁ ଇଣ୍ଡୋନେସିଆରେ ଲହାର ନାମରେ ଜଣାଯାଏ। ସାଧାରଣତଃ ଏହା ସକ୍ରିୟ ଜ୍ବାଳାମୁଖୀ ମାଉଣ୍ଟ ମେରାପିରୁ ବୋହି ତଳକୁ ଆସିଥାଏ। ଗତ ବର୍ଷ ଡିସେମ୍ବରରେ ମେରାପିରେ ବିସ୍ଫୋରଣ ଫଳରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। 

ଏହାପରେ ମେରାପିରେ ଲଗାତାର ବିସ୍ଫୋରଣ ହେଉଛି। ସେବେଠାରୁ ୫ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି,୪୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଉଦ୍ଧାରକାରୀ, ପୋଲିସ ଓ ସେନା ଯବାନ ଲଗାତାର ଲୋକଙ୍କ ସନ୍ଧାନରେ ଅଛନ୍ତି। ଏବେ ବି କୋଲ୍ଡ ଲାଭା ଫ୍ଲାସ ଫ୍ଲଡରେ ୧୭ ଜଣ ନିଖୋଜ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.