ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରତିଯୋଗିତାରେ ଭାଗ ନିଅନ୍ତୁ; ଜିତନ୍ତୁ ୮ ଲକ୍ଷ, କିନ୍ତୁ, ମାସେ ପାଇଁ ଛାଡ଼ିବାକୁ ପଡ଼ିବ ଆପଣଙ୍କ ଫୋନ୍...

ନୂଆଦଲ୍ଲୀ, ୨୯।୧: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । କିଛି ପ୍ରତିଯୋଗିତାରେ ପୁରସ୍କାରରେ ପ୍ରତିଯୋଗୀମାନଙ୍କୁ ବିପୁଳ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଏ । ଠିକ୍ ସେହିଭଳି ଆଇସ୍ଲେଣ୍ଡିକ୍ ୟୋଗର୍ଡ ବ୍ରାଣ୍ଡ, ‘ସିଗି’ ଏକ ପ୍ରତିଯୋଗିତାର ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କୁ ଦୈନିକ ବ୍ୟବହାର ହେଉଥିବା ଏକ ପ୍ରମୁଖ ଜିନିଷ ଛାଡ଼ିବାକୁ ହେବ । ସେ ପୁଣି ଦିନେ କି ଦୁଇ ଦିନ ପାଇଁ ନୁହେଁ ପୂରା ୩୦ ଦିନ ପାଇଁ । ଏଥିପାଇଁ ଟପ୍‌-୧୦ ବିଜେତାଙ୍କ ପାଇଁ ରହିଛି ୧୦ ହଜାର ଡଲାର ଅର୍ଥାତ୍ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି । 

ବର୍ତ୍ତମାନ ସ୍ମାର୍ଟଫୋନ୍ ବିନା କୌଣସି କାମ ସମ୍ଭବ ନୁହେଁ । ସେହିପରି ସ୍ମାର୍ଟଫୋନ୍‌ର ଅତ୍ୟଧିକ ବ୍ୟବହାର ଲୋକଙ୍କ ସାମାଜିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି । ଖାସ୍ ସେଥିପାଇଁ ଲୋକଙ୍କୁ ଡିଜିଟାଲ୍ ଡିଟକ୍ସ ଦିଗରେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆମେରିକାର ଡାଏରୀ ଫାର୍ମ ‘ସିଗି’ ଲୋକଙ୍କୁ ଡିଜିଟାଲ ଡିଟକ୍ସରେ ସାମିଲ କରିବା ପାଇଁ ଭିନ୍ନ ଏକ ଅଭିଯାନ ଆରମ୍ଭ କରିଛି । ଏହି କମ୍ପାନୀର ସର୍ତ୍ତ ଅନୁସାରେ, ଲୋକଙ୍କୁ ୩୦ ଦିନ ପାଇଁ ଫୋନ୍ ବ୍ୟବହାର ନ କରିବାକୁ ଚ୍ୟାଲେଞ୍ଜ ଦିଆଯାଇଛି । ଯାହାର ପ୍ରତିବଦଳରେ ବିଜେତାଙ୍କ ପାଇଁ ପୁରସ୍କାର ସ୍ୱରୂପ ୮ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଏଭଳି କରିବାରେ ସଫଳ ହୋଇଥିବା ୧୦ ଭାଗ୍ୟଶାଳୀ ବିଜେତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ସିଗିର ଏହି ପ୍ରତିଯୋଗିତାର ନାଁ ‘ଡିଜିଟାଲ୍ ଡିଟକ୍ସ ପୋଗ୍ରାମ’ । 

ସାଧାରଣତଃ ଲୋକେ ଦିନକୁ ପ୍ରାୟତଃ ୫-୬ ଘଣ୍ଟା ଫୋନ୍ ବ୍ୟବହାର କରୁଥିବା ଦେଖାଯାଏ । ଏଣୁ ଲୋକମାନେ ଫୋନର ବ୍ୟବହାର କମ୍ କରି ବିଶ୍ୱରେ ଘଟୁଥିବା ଅନ୍ୟ ସବୁ ଘଟଣା ଉପରେ ଦୃଷ୍ଟି ଦେବା ଆବଶ୍ୟକ । କିଛି ସମୟ ପାଇଁ ଡିଜିଟାଲ ବ୍ରେକ୍ ନେବା ଦ୍ୱାରା ସରଳ ଜୀବନ ଜିଇଁବା ସମ୍ଭବ ବୋଲି ଏହି କମ୍ପାନୀ ମତ ରଖେ । ତା’ ସହ ୨୦୨୪ ପ୍ରାରମ୍ଭରୁ ଡିଜିଟାଲ ମୁକ୍ତ ରହିଲେ ଲୋକଙ୍କୁ ନିରୋଗ ଓ ସୁସ୍ଥ ଜୀବନ ଜିଇଁବା ଦିଗରେ ପ୍ରୋତ୍ସାହିତ କରାଯାଇପାରିବ ବୋଲି କମ୍ପାନୀ କହିଛି । 

ଏହାବାଦ୍ ଅନ୍ୟ କିଛି ପ୍ରତିଯୋଗୀଙ୍କୁ ଗୋଟିଏ ସ୍ମାର୍ଟଫୋନ୍ ଲକ୍, ପୁରୁଣା ଫ୍ଲିପ୍ ଫୋନ୍, ମାସେ ପାଇଁ ପ୍ରିପେଡ୍ ସିମ୍ କାର୍ଡ ଓ ୩ ମାସ ପାଇଁ ସିଗି ବ୍ରାଣ୍ଡର ଦହି ମିଳିବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକଙ୍କୁ ଜାନୁଆରୀ ୩୧ ପୂର୍ବରୁ ନାମ ପଞ୍ଜୀକରଣ କରିବାକୁ ହେବ । କେବଳ ଏତିକି ନୁହେଁ, ଜୀବନରେ ଡିଜିଟାଲ ଡିଟକ୍ସ କାହିଁକି ଚାହୁଁଛନ୍ତି ? ଏବଂ ଏହା କିଭଳି ଜୀବନ ଉପରେ ସକାରତ୍ମକ ପ୍ରଭାବ ପକାଇବ ? ସେନେଇ ପ୍ରତିଯୋଗୀମାନଙ୍କୁ ଏକ ନିବନ୍ଧ ମଧ୍ୟ ଲେଖିବାକୁ ହେବ ।      

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.