ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

୭ ବର୍ଷରେ ୭୦ ଥର ପେପର ଲିକ୍, ନିଟ୍କୁ ବ୍ୟବସାୟୀକ ପରୀକ୍ଷା କରାଯାଇଛି, ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀଦଳ ନେତା ରାହୁଲ୍…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ରାହୁଲ ପ୍ରଥମ ଆଭିଭାଷଣ ଆରମ୍ଭ କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗରେ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ । ସମ୍ବିଧାନ, ମୁଦ୍ରାସ୍ଫୀତି ଏବଂ ଅଗ୍ନିବୀର ଯୋଜନା ଉପରେ ଆକ୍ରମଣ କରିବା ପରେ ରାହୁଲ NEET UC ପେପର ଲିକ୍‌କୁ ନେଇ କଡା ଆକ୍ରମଣ କରି କହିଛନ୍ତି ଯେ, ସରକାର NEET କୁ ବ୍ୟବସାୟ ପରୀକ୍ଷା କରିଛନ୍ତି। ସରକାର ତ ପେପର୍‌ ଲିକ୍‌କୁ ରୋକି ପାରିନାହାଁନ୍ତି ବରଂ ୭ ବର୍ଷ ମଧ୍ୟରେ ୭୦ ଥର ପେପର ଲିକ୍ ହୋଇଛି । 

ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭୟର ପ୍ୟାକେଜ୍ ଦେଇଛନ୍ତି । ରୋଜଗାର ତ ଆପଣ ହିଁ ବନ୍ଦ କରିଦେଇଛନ୍ତି । ଏବେ ନୂଆ ଫ୍ୟାଶନ୍ NEET ହୋଇଯାଇଛି । ଆପଣ ଏକ ବୃତ୍ତିଗତ ଯୋଜନାକୁ ଏକ ବ୍ୟବସାୟିକ ଯୋଜନାରେ ରୂପାନ୍ତରିତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧନୀ ପିଲାମାନଙ୍କ ପାଇଁ NEET ପ୍ରସ୍ତୁତ କରାଯାଇଛି । ସରକାର ବୃତ୍ତିଗତ ପରୀକ୍ଷାକୁ ଏକ ବ୍ୟବସାୟିକ ପରୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ଛାତ୍ରମାନେ ୬ ମାସ ପର୍ଯ୍ୟନ୍ତ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । NEET ଛାତ୍ରମାନଙ୍କୁ ପରୀକ୍ଷା ଉପରେ ଆଉ କୌଣସି ଭରସା ନାହିଁ । ସରକାରଙ୍କ ଉପରେ ଆକ୍ରମଣ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଜିର ଦିନରେ ବୃତ୍ତିଗତ ଶିକ୍ଷା ଏତେ ମହଙ୍ଗା ହୋଇଛି ଯେ ଏକ ଗରିବ ପରିବାରର ପିଲା ଏଥିରେ ଅଧ୍ୟୟନ କରିପାରିବେ ନାହିଁ । ସେ କହିଛନ୍ତି ଯେ ଆପଣ ଚାକିରୀ ବନ୍ଦ କରି ଦେଇଛନ୍ତି ।

NEET ପ୍ରସଙ୍ଗରେ କଂଗ୍ରେସ ଗତ ସପ୍ତାହରେ ଦାବି କରିଥିଲା ଯେ ଯେତେବେଳେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ NEET ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିବାକୁ ଚାହୁଁଥିଲେ, ସେତେବେଳେ ତାଙ୍କର ମାଇକ୍ ବନ୍ଦ ହୋଇଯାଇଥିଲା । ଗୃହରେ NEET ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ଆଲୋଚନା ପାଇଁ ଦାବି କରି ରାହୁଲ ଗାନ୍ଧୀ କହିଛନ୍ତି, “ଆମେ NEET ଉପରେ ଏକ ଦିନିଆ ଆଲୋଚନା ଚାହୁଁଥିଲୁ । ଗତ ୭ ବର୍ଷ ମଧ୍ୟରେ ୭୦ ଥର ପେପର ଲିକ୍ ହୋଇଛି । ସଂସଦରୁ ଦେଶକୁ ଏକ ବାର୍ତ୍ତା ପଠାଯାଇଛି । ଆମେ ଛାତ୍ରମାନଙ୍କୁ ଏଭଳି ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ସଂସଦ ପାଇଁ NEET ପ୍ରସଙ୍ଗ କେତେ ଗୁରୁତ୍ୱପୂର୍ଣ୍ଣ। ”

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.