ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆହୁରି ଲମ୍ବିବ ପିସିସି ସଭାପତି ଚୟନ ପ୍ରକ୍ରିୟା, ଲୋଡ଼ିବେ ବ୍ଲକ୍‌ ନେତାଙ୍କ ମତ: ବ୍ୟକ୍ତିଗତ ଭାବେ କଥା ହେବେ ଅଜୟ କୁମାର

ଭୁବନେଶ୍ୱର,୨୩/୦୮: ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବାର ମାସେ ପୂରିଲାଣି । ନୂଆ ପିସିସି ସଭାପତି ଚୟନ ପାଇଁ ଆହୁରି କେତେ ଦିନ ଲାଗିବ ତା’ର ଠିକ ଠିକଣା ନାହିଁ । ଅତି କମ୍‌ରେ ଆହୁରି ଦେଢ଼ ମାସ ଲାଗିପାରେ । ଲମ୍ବା ପ୍ରକ୍ରିୟା ପରେ ଯାଇ ପିସିସି ସଭାପତି ବଛା ହେବ ।  ରାଜ୍ୟର ୩୧୪ ବ୍ଲକରେ ଥିବା କଂଗ୍ରେସ ନେତାଙ୍କ  ମତ ନେଇ ପିସିସି ସଭାପତି ଚୟନ କରାଯିବ ।  ସେହି ନେତାଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ମତାମତ ନେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ତେବେ ପିସିସି କମିଟି ଗଢ଼ା ହେବା ପର୍ଯ୍ୟନ୍ତ ଷ୍ଟିଅରିଂ କମିଟି ରାଜ୍ୟରେ ସମସ୍ତ  କାର୍ଯ୍ୟକ୍ରମ ପରିଚାଳନା କରିବ । ଆବଶ୍ୟକ ହେଲେ  ଜୁମ୍‌ ମିଟିଂରେ ପ୍ରଭାରୀ ବୈଠକ କରିବେ । ଗୁରୁବାର  ସନ୍ଧ୍ୟାରେ କଂଗ୍ରେସ ଭବନରେ ବସିଥିବା ରାଜ୍ୟ  କଂଗ୍ରେସର ଷ୍ଟିଅରିଂ କମିଟି ବୈଠକରେ ଏଭଳି  ନିଷ୍ପତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୂଚନା  ଦେଇଛନ୍ତି ।   

ସେହିପରି ଆଗାମୀ ଦିନରେ କଂଗ୍ରେସ ରାଜ୍ୟ  ସରକାରଙ୍କୁ ଉଭୟ ବିଧାନସଭାରେ ଓ ବାହାରେ  ବିଭିନ୍ନ ପ୍ରସଙ୍ଗରେ ଘେରିବ । ଗଞ୍ଜାମ ମଦମୃତ୍ୟୁ,  ଆଇନଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି ଆଦି  ପ୍ରସଙ୍ଗକୁ ବ୍ୟାପକ କରାଯିବ ବୋଲି ନିଷ୍ପତ୍ତି  ହୋଇଛି । ଷ୍ଟିଅରିଂ କମିଟିରେ ପ୍ରଭାରୀ ଅଜୟ  କୁମାର ଅଧ୍ୟକ୍ଷତା କରିଥିବା ବେଳେ କଂଗ୍ରେସ  ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଉପନେତା  ଅଶୋକ ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ  ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,  ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ  ପିସିସି ସଭାପତି ଜୟଦେବ ଜେନା, ବିଶ୍ୱରଞ୍ଜନ  ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।   

ଅପରପକ୍ଷେ, ପ୍ରଭାରୀ ଅଜୟ କୁମାର ଛାତ୍ର  କଂଗ୍ରେସ, ଯୁବକଂଗ୍ରେସ, ମହିଳା କଂଗ୍ରେସ, ସେବା  ଦଳ ସମେତ ବିଭିନ୍ନ ସାମ୍ମୁଖ୍ୟ ଓ ପ୍ରକୋଷ୍ଠର  ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ । ପିସିସି ଭଙ୍ଗ  ହେବା ସହିତ ସାମ୍ମୁଖ୍ୟ ଓ ପ୍ରକୋଷ୍ଠଗୁଡିକ ଭଙ୍ଗ  ହୋଇଥିବାରୁ, ଶୀଘ୍ର ସେଗୁଡିକୁ ଗଠନ କରାଯିବ  ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର  ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.