ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଘୁନାଥଙ୍କ ଗଡ଼ରେ ସପ୍ତଗିରିଙ୍କ ଶକ୍ତି ପ୍ରଦର୍ଶନ, କଂଗ୍ରେସର ପଟୁଆର ଦେଖି ଶାସକ ନେତା ଛାନିଆ

ଗୁଣପୁର, ୨୪/୦୨ : ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ନିଜ ବ୍ଲକ ଗୁଡାରିରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଶକ୍ତି ପ୍ରଦର୍ଶନ ଏବେ ଶାସକ ନେତାଙ୍କୁ ଛାନିଆ କରିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ଗୁଡାରିରେ ବିଜେଡି ୩ ଫାଳ ହୋଇ ରହିଛି। ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ଶଳା କେଦାର ସାହୁଙ୍କର ଗୋଟିଏ ଗୋଷ୍ଠୀ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କର ରହିଛି ଆଉ ଏକ ଗୋଷ୍ଠୀ। ଏମିତିକି ବିଜେଡିରେ ଥାଇ ମଧ୍ୟ ଦଳରୁ ବାହାରେ ରହି କାମ କରୁଛନ୍ତି ରାମକ୍ରିଷ୍ଣାଙ୍କ ଗୋଷ୍ଠୀ। ଏଭଳି ଅବସ୍ଥାରେ ଗୁରୁବାର ସପ୍ତଗିରିଙ୍କ ଗୁଡାରି ଗସ୍ତ ସମୟରେ କଂଗ୍ରେସରୁ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଭାସ୍କର ଜାଗାରାଙ୍ଗା, ସତ୍ୟଜିତ ଗମାଙ୍ଗ, ଡିସିସି ସଭାପତି ବିଜୟ ଗମାଙ୍ଗ, ନାଇରା ସରପଞ୍ଚ ତୁଳସା ଶବରଙ୍କ ସମେତ ବରିଷ୍ଠ ନେତା ରଘୁ ପାତ୍ର ଓ ବହୁ ଆଗଧାଡିର ନେତା ଓ କର୍ମୀ ସମସ୍ତେ ଉପସ୍ଥିତ ଥିଲେ । ସମସ୍ତେ ଏକାଠି ହୋଇ ଶୋଭାଯାତ୍ରାରେ ବୁଲିଥିଲେ। 

ଦଳୀୟ କର୍ମୀ ଓ ନେତାଙ୍କ ମନରେ ନୂଆ ଆଶା ସଂଚାର କରିଛନ୍ତି ସାଂସଦ ଶ୍ରୀ ଉଳ୍ଲାକା। ସାଂସଦଙ୍କ ନେତୃତ୍ୱରେ ଗୁଡ଼ାରି ସହରରେ ହୋଇଛି ବିଶାଳ ରାଲି। ସ୍ଥାନୀୟ ଏଟିଏମ ଛକରେ ଆୟୋଜିତ ସାଧାରଣ ସଭାରେ ଅଭିଭାଷଣ ରଖି ଶ୍ରୀ ଉଲ୍ଲାକା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ । କହିଥିଲେ, ଆଗାମୀ ଦିନରେ କଂଗ୍ରେସ ଶାସନକୁ ଆସିଲେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୨୦୦ ଏବଂ କପାର ସହାୟକ ମୂଲ୍ୟ ୧୦ ହଜାର ଟଙ୍କା ହେବ । ଏଥିସହ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳଲାଇନ ନିଶ୍ଚିତ ଭାବେ ପଦ୍ମପୁର ଓ ଗୁଡାରି ଦେଇ ଯିବ । ଏହି ଅବସରରେ “ୟୁଥ୍‌ ଫର୍‌ ଚେଞ୍ଜ୍‌’ ଯୁବଗୋଷ୍ଠୀ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସାଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୁଡାରି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ କିମ୍ବା ଅଧ୍ୟାପିକା ନିଯୁକ୍ତି ହୋଇନଥିବାରୁ ରାଜ୍ୟ ସରକାର ଶିକ୍ଷା ବିଭାଗ ପ୍ରତି ଅବହେଳା କରିଛନ୍ତି । ଏଠାରେ କାର୍ଯ୍ୟକ୍ରମ ସାରି ଖାରିଗୁଡା ପଂଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ ଶ୍ରୀ ଉଲ୍ଲାକା । ସେଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ତଳବଣ୍ଡାଗୁଡ଼ି ଗାଁରେ ମୋବାଇଲ ଟାୱାର ଉଦଘାଟନ କରିଥିଲେ । ହଠାତ୍‌ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଏତେ ଉତ୍ସାହ ଏବଂ ଶୋଭାଯାତ୍ରାରେ ଏତେ ସଂଖ୍ୟାରେ ଲୋକଙ୍କ ସାମିଲ ଶାସକ ଦଳର ନେତାଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.