ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଘର-ଘର ଗ୍ୟାରେଣ୍ଟି’ ଅଭିଯାନ ଆରମ୍ଭ କଲା କଂଗ୍ରେସ, ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠାଇଲେ ଖଡ଼ଗେ

Image Courtesy: indiatv

ନୂଆଦିଲ୍ଲୀ: ବୁଧବାର ଉତ୍ତର ପୂର୍ବ ଦିଲ୍ଲୀରୁ କଂଗ୍ରେସର ‘ଘର ଘର ଗ୍ୟାରେଣ୍ଟି’ ଅଭିଯାନର ଶୁଭାରମ୍ଭ କରିଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।  ଏହି ସମୟରେ ଖଡ଼ଗେ କହିଛନ୍ତି ଯେ, ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କୁ ମିଳି ନାହିଁ । ହେଲେ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ସମସ୍ତ ଲୋକଙ୍କୁ ମିଳିବ । ଦଳର ଏହି ନିର୍ବାଚନୀ ଅଭିଯାନ ୫ଟି ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ଉପରେ ପର୍ଯ୍ୟବେସିତ । 

ଏନେଇ ଘରେ ଘରେ ଯାଇ କଂଗ୍ରେସ ନେତା କାର୍ଡ ଦେବେ । ୮ କୋଟି ଘରେ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି । ଖଡ଼ଗେ ଆହୁରି କହିଛନ୍ତି, ଆମ ନେତା ଘରେ ଘରେ ଗ୍ୟାରେଣ୍ଟି କାର୍ଡ ବିତରଣ କରିବେ । ଆମ ସରକାର ଆସିବା ପରେ କିଭଳି କାର୍ଯ୍ୟ କରିବ ସେନେଇ ଲୋକଙ୍କୁ ବୁଝାଇବେ ନେତା । କଂଗ୍ରେସ ଗରିବ ଲୋକଙ୍କ ସହ ସର୍ବଦା ରହିବ ଏବଂ ସେମାନଙ୍କ ପାଇଁ କାର୍ଯ୍ୟ କରିବ । ମୋଦି ଦେଇଥିବା ଗ୍ୟାରେଣ୍ଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ବୋଲି ମଧ୍ୟ ଖଡ଼ଗେ ଅଭିଯୋଗ  କରିଛନ୍ତି । 



ସେ ପ୍ରତି ବର୍ଷ ଦୁଇ କୋଟି ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଲୋକଙ୍କୁ ଚାକିରି ମିଳିଲା ନାହିଁ । ସେ ୧୫ ଲକ୍ଷ ଲେଖାଏଁ ଦେବାକୁ କହିଥିଲେ, ଏହି ଗ୍ୟାରେଣ୍ଟି ମଧ୍ୟ ପୂରା କଲେ ନାହିଁ ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି । କଂଗ୍ରେସ ନିଜର ଏହି ଅଭିଯାନ ଜରିଆରେ ୫ଟି ନ୍ୟାୟ ‘ଭାଗିଦାରୀ ନ୍ୟାୟ, ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଏବଂ ଯୁବ ନ୍ୟାୟ’ ଘୋଷଣା କରିଛି । 

  • Narendra Modi
  • congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.