ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିଳମ୍ବ ହେବ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ତାଲିକା, ୨୮ରେ ଦିଲ୍ଲୀରେ ବସିବ ସିଇସି ବୈଠକ

Published By : Prameya | March 25, 2024 8:36 AM

ଭୁବନେଶ୍ୱର,୨୫/୦୩: ବିଜେପି ରବିବାର ଓଡ଼ିଶାର ୧୮ଜଣ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସର ଆହୁରି ବିଳମ୍ବ ହେବ ବୋଲି ସୂଚନା ମିଳିଛି । ଆସନ୍ତା ୨୮ ତାରିଖରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ  କମିଟି (ସିଇସି) ବୈଠକ ବସିବ । ଦିନକରେ ଯଦି ପ୍ରାର୍ଥୀ ତାଲିକା ଚୂଡାନ୍ତ ନ  ହୋଇପାରିବ, ତେବେ ୨୯ ତାରିଖରେ ବି ବୈଠକ ଚାଲିବ । 

ସେହିପରି ଆସନ୍ତା  ୩୦ ଓ ୩୧ ତାରିଖରେ ଚୂଡ଼ାନ୍ତ  ପ୍ରାର୍ଥୀ ତାଲିକାରେ ଯେଉଁମାନେ  ସ୍ଥାନ ପାଇବେ, ସେମାନଙ୍କ ସହ  ଏଆଇସିସି ପଦାଧିକାରୀ ୱାନ୍‌ ଟୁ  ୱାନ୍‌ ଆଲୋଚନା କରିବେ ବୋଲି  ବରିଷ୍ଠ କଂଗ୍ରେସ ନେତା ସୂଚନା  ଦେଇଛନ୍ତି । ତେଣୁ ଚଳିତ ମାସ ଶେଷ ସୁଦ୍ଧା ବି କଂଗ୍ରେସ ଟିକଟ ଚୂଡାନ୍ତ ହେବା  ନେଇ ସନ୍ଦେହ । ଏପ୍ରିଲ ପ୍ରଥମ ସପ୍ତାହକୁ କଂଗ୍ରେସର ଓଡ଼ିଶାର ପ୍ରଥମ ପ୍ରାର୍ଥୀ  ତାଲିକା ଘୋଷଣା ହୋଇପାରେ ବୋଲି ବହୁ କଂଗ୍ରେସ ନେତା କହିଛନ୍ତି ।  

ଅପରପକ୍ଷେ, ଶନିବାର କଂଗ୍ରେସ ଚତୁର୍ଥ ଲୋକସଭା ପ୍ରାର୍ଥୀ ଜାରି ହୋଇଥିବା  ବେଳେ ଏଥିରେ ଓଡ଼ିଶାର ଜଣେ ହେଲେ ବି ପ୍ରାର୍ଥୀଙ୍କ ନାମ ସ୍ଥାନ ପାଇନି ।  ଆସାମ, ଆଣ୍ଡାମାନ, ଛତିଶଗଡ଼, ମଧ୍ୟପ୍ରଦେଶ, ମହରାଷ୍ଟ୍ର, ମଣିପୁର, ମିଜୋରମ,  ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୋଟ  ୪୬ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ରହିଛି । ସେହିପରି କଂଗ୍ରେସର ‘ଆଇଏନ୍‌ସି  ସନ୍ଦେଶ’ରେ ସିକିମ ବିଧାନସଭାର ୩୨ ଆସନରୁ ୧୮ଟିରେ ପ୍ରାର୍ଥୀ ତାଲିକା ବି  ଘୋଷଣା ହୋଇଥିଲେ ବି ଓଡ଼ିଶାର ବିଧାନସଭା ପ୍ରାର୍ଥୀ ତାଲିକା ବି ଆସିପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.