ପ୍ରମୂଖ ଖବର

୧୬ ବିଧାନସଭା ଏବଂ ୩ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନିମାପଡାରୁ ଲଢିବେ ବହିଷ୍କୃତ ନେତା ସୁର ରାଉତରାୟଙ୍କ ବଡ ପୁଅ…

ଭୁବନେଶ୍ବର: ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ତାଲିକାରେ ୧୬ ବିଧାନସଭା ଏବଂ ୩ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ରାଜ୍ୟର ବହୁଚର୍ଚ୍ଚିତ ଲୋକସଭା ଆସନ ସମ୍ବଲପୁର ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିଭଳି ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢିବେ । ତେବେ ଏହାରି ଭିତରେ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ଏଠାରେ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ପ୍ରାର୍ଥୀ ହୋଇଛନ୍ତି । 

ସେପଟେ ୧୬ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି ଦଳ । ଝାରସୁଗୁଡ଼ାରେ ଅମିତା ବିଶ୍ବାଳ, ବଡସାହିରେ କ୍ଷିରୋଦ ପାତ୍ର, ସୁକିନ୍ଦାରେ ବିଭୁ ଭୂଷଣ ରାଉତ, କଣ୍ଟାମାଳରେ ଶରତ କୁମାର ପ୍ରଧାନ । ତେବେ କଣ୍ଟାମାଳରେ ପ୍ରାର୍ଥୀ ବଦଳାଇଛି ଦଳ । ମନୋଜ ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ ହୋଇଛନ୍ତି ପ୍ରାର୍ଥୀ । ସେହିପରି କେନ୍ଦ୍ରାପଡାରେ ସିପ୍ରା ମଲ୍ଲିକ, ରାଜନଗରରେ ଅଶୋକ ପ୍ରତିହାରୀ, ମହାକାଳପଡ଼ାରେ ଲୋକନାଥ ମହାରଥୀ, ନିମାପଡ଼ାରେ ସିଦ୍ଧାର୍ଥ ରାଉତରାୟ ,ପିପିଲିରେ ଜ୍ଞାନରଂଜନ ପଟ୍ଟନାୟକ ଓ   ଜୟଦେବରେ କୃଷ୍ଣ ସଗରିଆଙ୍କୁ ପ୍ରାର୍ଥୀ କରାଇଛି କଂଗ୍ରେସ । ସେପଟେ ବିଜେପି ଛାଡି ପୁଣିଥରେ କଂଗ୍ରେସରେ ଯୋଗ ଦେଇଥିବା ସୋନାଲି ସାହୁଙ୍କୁ ଖୋର୍ଦ୍ଧାରୁ ମିଳିଛି ଟିକେଟ । ସେହିଭଳି ଚିଲିକାରୁ ପ୍ରଦୀପ କୁମାର ସ୍ବାଇଁ, ଖଣ୍ଡପଡାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ ପ୍ରାର୍ଥୀ ହୋଇଛନ୍ତି । ତେବେ କବିସୂର୍ଯ୍ୟନଗରରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ଦଳ । ବିପିନ୍ ବିହାରୀ ସ୍ବାଇଁଙ୍କ ସ୍ଥାନରେ ସଂଜୟ କୁମାର ମଣ୍ଡଳ ହୋଇଛନ୍ତି ପ୍ରାର୍ଥୀ । ସେହିଭଳି ଗୋପାଳପୁରରୁ ସ୍ୟାମ ସୁନ୍ଦର ସାହୁ ପ୍ରାର୍ଥୀ ହୋଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.