ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଚେୟାରପର୍ସନ, ଖଡଗେଙ୍କ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ

ନୂଆଦିଲ୍ଲୀ,୮।୬:  ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଉତ୍ସାହ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ନୂଆ ଉତ୍ସାହ ଦେଖାଯାଉଛି। କଂଗ୍ରେସ ଦ୍ୱାରା ଲଗାତାର ଅନୁଷ୍ଠିତ ହେଉଛି। ସେପଟେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଚେୟାର ପର୍ସନ ଭାବରେ ନିର୍ବାଚିତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳର ସାଂସଦଙ୍କ ବୈଠକରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋନିଆ ଗାନ୍ଧୀଙ୍କୁ ସଂସଦୀୟ ଦଳର ମୁଖ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ। ସମସ୍ତ ସାଂସଦ ଏହାକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ୱାର୍କିଂ କମିଟି (CWC) ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା ଯେ, ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀଦଳର ନେତା ଭାବରେ ଉପସ୍ଥାପନ କରାଯିବା ଉଚିତ।

ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି କି ? ଏହାର ଉତ୍ତରରେ  କଂଗ୍ରେସ ନେତା କେ.ସି ଭେଣୁଗୋପାଳ କହିଛନ୍ତି, ତାଙ୍କୁ ବିରୋଧୀ ଦଳର ନେତା ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ପଡିବ। ସର୍ବଶେଷରେ ଲୋକମାନେ ତାଙ୍କୁ ସେଠାରେ ଚାହାଁନ୍ତି। ଇଣ୍ଡିଆ ଟିମ୍  ଏବଂ କଂଗ୍ରେସ ଲୋକମାନେ ମଧ୍ୟ ତାଙ୍କୁ ସେଠାରେ ଚାହାଁନ୍ତି। ”

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.