ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କୋପା-ଆମେରିକା କପ୍‌ ୨୦୨୪: ପେନାଲ୍ଟିରେ ଭେନେଜୁଏଲାକୁ ହରାଇ ସେମି ଫାଇନାଲ୍‌ରେ କାନାଡ଼ା

ନ୍ୟୁ ୟର୍କ,୦୭/୦୭: ୪୮ତମ କୋପା ଆମେରିକା କପ୍‌ରେ କାନାଡ଼ା ଚମକପ୍ରଦ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲ ମୁକାବିଲରେ କାନାଡ଼ା  ୪-୩(୧-୧) ପେନାଲ୍ଟି ସୁଟ୍‌ ଆଉଟ୍‌ ଗୋଲ୍‌ରେ ଭେନେଜୁଏଲାକୁ ହରାଇଥିଲା । 

ମ୍ୟାଚ ଆରମ୍ଭରୁ କାନାଡ଼ା ପ୍ରଭାବ ବିସ୍ତାର କରି ଖେଳିଥିଲା । ୧୩ତମ  ମିନିଟ୍‌ରେ ଜାକବ ସାଫେଲବର୍ଗ ଗୋଲ୍‌ କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ ଭେନେଜୁଏଲା ଲଢୁଆ ଖେଳ ପ୍ରଦର୍ଶନ  କରି ମ୍ୟାଚ୍‌କୁ ଫେରିଥିଲା । ୬୪ତମ  ମିନିଟ୍‌ରେ ସାଲୋମୋନ ରଣ୍ଡନଙ୍କ ଗୋଲ ବଳରେ  ଭେନେଜୁଏଲା ୧-୧ରେ  ସ୍ଥିତି ବରାବର କରିଥିଲା ।  ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍‌  ଡ୍ର’ ରହିବାରୁ ଟାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ କାନାଡ଼ା  ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା ।  ଦଳ ପକ୍ଷରୁ ଜନାଥନ ଡେଭିଡ, ମୋଏଜ ବୋମ୍ବିତୋ, ଆଲଫୋନ୍ସୋ ଡେଭିସ ଓ ଇସମାଇଲ କୋନେ ଗୋଲ୍‌  କରିଥିଲେ । ସେହିପରି ଭେନେଜୁଏଲା  ପକ୍ଷରୁ ରଣ୍ଡନ, ଟମାସ ରିନକନ ଓ  ଜଣ୍ଡର କ୍ୟାଡିଜ ଗୋଲ୍‌ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.