ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରଗଡ଼ରୁ ୨୧୬୦ ବୋତଲ କଫ ସିରପ୍ ଜବତ, ୨ ଗିରଫ

ବରଗଡ଼, ୧୫/୧୦ : ବରଗଡ଼ରୁ ପୁଣି କଫ ସିରପ୍ ଜବତ । ବରଗଡ଼ ରେଲୱେ ଷ୍ଟେସନ ରୋଡ କୃଷକ ବଜାର ନିକଟରୁ ଏକ ଅଟୋରୁ ପୋଲିସ ୨୧୬୦ ବୋତଲ କଫ ସିରପ୍ ଜବତ କରିଛି। ଏହି ଘଟଣାରେ ବରଗଡ ଟାଉନ ଥାନା ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଟାଉନ ଥାନା ଅନ୍ତର୍ଗତ ୧୯ ନଂ ୱାର୍ଡ ରେଲୱେ ଷ୍ଟେସନ ପଡାର ଗଣେଶ ନାଗ ଓ ସମ୍ଭୁ ଲୁହା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସପି ଟି.କେ.ମହାନ୍ତି ।  

ଶନିବାର ଅପରାହ୍ନ ୪ଟା ସମୟରେ ବରଗଡ଼ ରେଲୱେ ଷ୍ଟେସନ ପଟରୁ ଏକ ଅଟୋରେ ନିଶାଦ୍ରବ୍ୟ ଗୁରୁଦ୍ୱାରା ଛକ ଆଡ଼କୁ ଆସୁଥିବା ଖବର ପାଇ କୃଷକ ବଜାର ସମ୍ମୁଖରେ  ପୋଲିସ ଅଟୋକୁ ଯାଞ୍ଚ କରିଥିଲା। ଏହି ସମୟରେ ଅଟୋରୁ ୨୧୬୦ ବୋତଲ କଫ ସିରପ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅଟୋରୁ କଫ ସିରପ୍ ସହ ପ୍ଲାଷ୍ଟିକ ଜାରରେ ଚାରି ଲିଟର ଡ୍ରଗ୍ସ , ଦୁଇ ଷ୍ଟ୍ରିପ ନାଇଟ୍ରସେନ -୧୦ ଔଷଧ , ୧୫ଟି ପ୍ଲାଷ୍ଟିକ ଗ୍ଲାସ୍ , ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ଏହି ଘଟଣାର ତଦନ୍ତ ଜାରି ରଖିଥିବା ବରଗଡ଼ ଅତିରିକ୍ତ ଏସ୍ପି ଟିକେ ମହାନ୍ତି ସୂଚନା ଦେଇଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.