ଭୁବନେଶ୍ୱର,୨୬/୦୯: ବ୍ଲକିଂଚେକିଂ ବେଳେ ରିଭର୍ସ ରାଇଡ କରି ଧରା ପଡ଼ିଲେ ଅପରାଧି । ଭୋଲ୍ଭୋ ଗାଡ଼ି ସହ ଦୁଇଟି ମୋବାଇଲ ଜବତ କଲା ପୋଲିସ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଓମଫେଡ ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ରାତିରେ ଓମଫେଡ ଛକରେ ଚାଲିଥିଲା ବ୍ଲକିଂଚେକିଂ । ଏହା ଦେଖି ରିଭର୍ସ ରାଇଡ କରିଥିଲେ ଜଣେ ଭୋଲଭୋ କାର୍ ଚାଳକ । ଏହି ସମୟରେ ରାସ୍ତା ଉପରେ ଥିବା ବ୍ୟାରିକେଡ଼ ଭାଙ୍ଗିବା ସହ ପୋଲିସ ଉପରକୁ କାର୍ ଚଢାଇ ଖସି ଯିବାକୁ ଚେଷ୍ଟା କରିଥିଲେ ଚାଳକ । କିନ୍ତୁ ଉକ୍ତ ଗାଡ଼ିକୁ ପିଛା କରି କାବୁ କରିଥିଲା ପୋଲିସ । ପରେ ପୋଲିସ କମିଶନର ଏବଂ ଡିସିପିଙ୍କ ଉପସ୍ଥିତିରେ ଚାଳକଙ୍କ ଫେସ୍ ଡିଟେକ୍ସନ୍ ଓ କ୍ୟାରେକ୍ଟର ଭେରିଫିକେସନ୍ କରାଯାଇଥିଲା । ଏହି ଭେରିଫିକେସନ୍ରେ ସେମାନେ ଅପରାଧିକ ମାମଲରେ ଜଡ଼ିତ ଥିବା ଜଣାପଡ଼ିଥିଲା । ତେଣୁ ଉକ୍ତ କାର୍ ସହ ଦୁଇଟି ମୋବାଇଲ ଜବତ କରି ଅପରାଧିଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ ।