ପ୍ରମୂଖ ଖବର

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଅମଳ ଧାନକୁ କିଣିବାରେ ସରକାରଙ୍କ ବିଳମ୍ବ

କେନ୍ଦୁଝର ସଦର, ୬/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗିରହିଥିବା ଯୋଗୁଁ ବହୁ ମାତ୍ରାରେ ପାଚିଲା ଧାନ ବିଲ, ବାଡ଼ି ଖାଳାରେ ଭିଜି ଯାଇଛି। ଏବେ ଅମଳ ସମୟ ଚାଲିଥିବାରୁ ପାଚିଲା ଧାନଗୁଡିକ ଜମିରେ କିଛି କଟା ହୋଇଛି ତ କିଛି କଟା ଯାଇ ପଡିରହିଛି। ଆଉ କିଛି ବିଡା ବନ୍ଧା ଯାଇ ଖଳାରେ ରଖା ଯାଇଛି। ଏସବୁ ଧାନ ଏବେ ଭିଜି ଯାଇଛି । 

ଡ଼ିସେମ୍ବର ୧୦ରୁ ୧୫ ତାରିଖ ସୁଦ୍ଧା ସଦର ବ୍ଲକ ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ଅମଳ ସରିଯାଇଥାଏ। ବର୍ତ୍ତମାନ ସୁଦ୍ଧା ଯେଉଁ ଧାନ ସବୁ ଅମଳ ହୋଇଛି ତାହା ଏବେ ବର୍ଷାରେ ଭିଜି ଯାଇଛି। ଅଧିକାଂଶ ଚାଷୀ ବିଲରେ ଧାନକୁ କାଟି ପକାଇଛନ୍ତି। ସେସବୁ ମଧ୍ୟ ବର୍ଷାରେ ଭିଜି ଯାଇଛି। ଏହି ଅଞ୍ଚଳର ଚାଷୀଙ୍କ ପାଖର ବର୍ଷା ମୁକାବିଲା କରିବା ପାଇଁ ଆବଶ୍ୟକ ମୁତାବକ ଭିତ୍ତିଭୂମି କିମ୍ବା ପାଲ ଜରି ମହଜୁଦ ନାହିଁ। ଯାହାଫଳରେ ବର୍ଷା ହେଲେ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଯଦି ଅଧିକ ଦିନ ଧରି ବର୍ଷା ଲାଗି ରହିବ ତେବେ ଧାନ ଗୁଡିକ ଗଜା ହୋଇ ନଷ୍ଟ ହେବାର ଆଶଙ୍କା କରାଯାଉଛି। ବର୍ଷା ଯୋଗୁଁ ଚାଷୀମାନେ ଆଜି ବିଡା ଧାନକୁ ବଧା ମାରି ପାଲ ଜାରି ଘୋଡାଇବା ଦେଖିବାକୁ ମିଳିଛି। ତେବେ ଚାଷୀଙ୍କ କହିବା ଅନୁଯାୟୀ, ଯେଉଁ ବିଡା ଧାନ ଗୁଡିକ ବର୍ଷାରେ ଭିଜିଛି ସେଗୁଡିକ ଯଦି ଘୋଡାଇ ରଖାଯାଏ ତେବେ ସେଗୁଡିକ ଗଜା ହୋଇ ନଷ୍ଟ ହେବାର ଅଧିକ ସମ୍ଭାନା ରହୁଛି। ଆଗକୁ ଖରା ଆସିଲେ ଭଲ କଥା। ଯଦି ବର୍ଷା ଲାଗି ରୁହେ କିଛି ଦିନ ଚାଷୀ ବହୁ ମାତ୍ରାରେ ପ୍ରଭାବିତ ହେବାକୁ ପଡିବ। ସରକାର ଧାନ କିଣିବାରେ ବିଳମ୍ବ ହେଉଛି। ବହୁତ ଚାଷୀ ପ୍ରାୟ ୭୦ ପ୍ରତିଶତ ଧାନ ଅମଳ କରି ବସ୍ତା ବାନ୍ଧି ପକାଇ ରଖିଛନ୍ତି। ଧାନ କିଣା ନଭେମ୍ବର ମାସରୁ ଆରମ୍ଭ ହୋଇଥିଲେ କିଛି ମାତ୍ରାରେ ଚାଷୀ ଉପକୃତ ହୋଇପାରିଥାନ୍ତି ବୋଲି ଚାଷୀ ପ୍ରକାଶ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.