ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଦିନ ଦ୍ବିପ୍ରହରରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ, କୋମାରେ ରାଜସ୍ୱ ବିଭାଗ

ନୀଳଗିରି,୭/୯ : ନୀଳଗିରି ତହସିଲ ଅଧିନ ମିତ୍ରପୁର ନିକଟ ବେଗୁନିଆ ଅଞ୍ଚଳରେ ମାତିଛନ୍ତି ପଥର ମାଫିଆ। ସ୍ପଷ୍ଟ ଦିବାଲୋକର ଲୁଟ୍ କରୁଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ। ସେପଟେ ପଥର ଲୁଟ୍ ଦେଖି ନୀଳଗିରି ରାଜସ୍ବ ବିଭାଗ କୋମାକୁ ଚାଲି ଯାଇଥିବା ଅଭିଯୋଗ ଉଠିଛି।

ସୂଚନାଯୋଗ୍ୟ, ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ। ଗ୍ରାମ୍ୟ ଜଙ୍ଗଲ ଓ ବନବିଭାଗର ସ୍ଥାନରେ ଠୁଳ ହୋଇ ରହିଛି କୋଟି କୋଟି ଟଙ୍କାର ପଥର। ପାଖ ବେଗୁନିଆ ପାହାଡ଼ରୁ ଶ୍ରମିକ ଲଗାଇ ପଥର ଟ୍ରାକ୍ଟରରେ ଆଣି ଗୋଟିଏ କିଲୋମିଟର ପରିଧିରେ ଜମା ହୋଇ ରହିଛି। ଏହାକୁ ଭାଙ୍ଗି ମେଟାଲ କରି ଟ୍ରକରେ ବାହାରକୁ ଚାଲାଣ ହେଉଛି। ଏହି ଅଞ୍ଚଳର କିଛି ମାଫିଆମାନେ 
ଚୋରା କାରବାର କରୁଥିବାର ଅଭିଯୋଗ ହୋଇଛି।

ନିରୀହ ଅଞ୍ଚଳବାସୀଙ୍କୁ କାମ ଦେବା କହି ବେଆଇନ କାର୍ଯ୍ୟରେ ଲଗାଉଛନ୍ତି। ଏଭଳି କଳା କାରବାର ହେଉଥିବା ବେଳେ ପୋଲିସ ନା ବନବିଭାଗ କାହାରି କାର୍ଯ୍ୟାନୁଷ୍ଠାନ ଶୂନ। ଖାଲି ସେତକ ନୁହେଁ କିଛି ନେତାଙ୍କ ଛତ୍ରଛାୟା ତଳେ ଏହି କାରବାର ହେଉଥିବା ବେଳେ କିଛି ନିର୍ଦିଷ୍ଟ ଦଳର କର୍ମୀ ପଥର ମାଫିଆ ସାଜିଥିବା ଅଭିଯୋଗ ଆସିଛି। ରାଜସ୍ୱ ବିଭାଗ ସତେ ଯେପରି କୋମାକୁ ଚାଲି ଯାଉଥିବା ବେଳେ ଗଣମାଧ୍ୟମରେ ପ୍ରଚାର ପ୍ରସାର କଲେ ଯାଇ ଚଢ଼ାଉ କରି ସ୍ୱଳ୍ପ ଜରିମାନା ଧାର୍ଯ୍ୟ କରୁଛନ୍ତି।

କେହି ସାମଗ୍ରୀ ଦାବିଦାର ନଥିଲେ ବାସ ନାଲି ପତାକା ମାରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ମାଫିଆମାନେ କୋଟିପତି ହେଉଛନ୍ତି। ପୂର୍ବରୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଅଧିକାରୀ ଆସି ତଦନ୍ତ କରି ଗଭୀର ଉଦବେଗ ପ୍ରକାଶ କରିଥିଲେ। ପର୍ଯ୍ୟାପ୍ତ ପରିମାଣରେ ପଥର ଗଛିତ ଥିବାବେଳେ ଏହାର ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ହେଲେ ଫଳ ଶୂନ। ଏନେଇ ନୀଳଗିରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପ୍ରଦୀପ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେହି ଚିରାଚରିତ ଭଳି ଚଢ଼ାଉ ହେବ ବୋଲି କହିଥିଲେ। ତେବେ ଜିଲ୍ଲାପାଳ ନିଜେ ପଥର ଗୁଡିକ ଚାଲାଣ ହେବା ପୂର୍ବରୁ ନିଜେ ଆସି ପରିଦର୍ଶନ କଲେ ବାସ୍ତବ ଚିତ୍ର ଦେଖି ହୃଦବୋଧ କରିପାରିବେ ବୋଲି କୁହାଯାଉଛି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.