ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଦହି...

ଭୁବନେଶ୍ୱର, ୪।୪: ଅନିୟମିତ ଜୀବନଶୈଳୀ ଓ ଅପମିଶ୍ରିତ ଖାଦ୍ୟ ଆଜିକାଲି ରୋଗର ମୁଖ୍ୟ କାରଣ ସାଜିଛି । ଏବେ ଲୋକଙ୍କ ମଧ୍ୟରେ ଘାତକ ସାଜିଛି ଉଚ୍ଚ ରକ୍ତଚାପ ସମସ୍ୟା । ଏହାର ମୁଖ୍ୟ କାରଣ ହେଉଛି କୋଲେଷ୍ଟ୍ରଲ୍ । ଏହାକୁ ନିୟନ୍ତ୍ରଣ କରିବା ଲାଗି ଅନେକ ସୁଷମ ଖାଦ୍ୟ ରହିଥିଲେ ମଧ୍ୟ ଦହି ସବୁଠୁ ଉତ୍ତମ । ତେବେ ଆସନ୍ତୁ ଜାଣିବା ଦହି ଶରୀର ପାଇଁ କେତେ ଉପକାରୀ । କୋଲେଷ୍ଟ୍ରଲ୍ ମୁଖ୍ୟତଃ ୨ ପ୍ରକାରର । ଏଚଡିଏଲ୍ ଅର୍ଥାତ୍ ହାଇ ଡେନସିଟି ଲିପୋପ୍ରୋଟିନ୍ ଓ ଏଲଡିଏଲ୍ ଅର୍ଥ ଲୋ ଡେନସିଟି ଲିପୋପ୍ରୋଟିନ୍ । ଏଚଡିଏଲ୍‌କୁ ଉତ୍ତମ କୋଲେଷ୍ଟ୍ରଲ୍ କୁହାଯାଏ । ଏହା ଲିଭରକୁ ସୁସ୍ଥ ରଖିବାରେ ସହାୟତା କରିଥାଏ । ଲୋ ଡେନସିଟି ଲିପୋପ୍ରୋଟିନ୍ କୁହାଯାଏ । ଏହା ଧମନୀରେ ଜମା ହୋଇ ରହିଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । 

ଲକ୍ଷଣ :

ଏଲଡିଏଲ୍‌ର ବୃଦ୍ଧି ଯୋଗୁଁ ନାନା ରୋଗ ସୃଷ୍ଟି ହୁଏ । ଯେପରି ହାଇ ବ୍ଲଡ୍ ପ୍ରେସର, ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ସମସ୍ୟା ସୃଷ୍ଟି ହୁଏ । ଏଥିସହିତ ଓଜନ ବଢ଼ିବ, ପାଦରେ ଯନ୍ତ୍ରଣା, ଅଧିକ ଝାଳ ବୋହିବା, ତ୍ୱଚା ରଙ୍ଗରେ ପରିବର୍ତ୍ତନ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ । 

ବଢ଼ୁଛି ହାଇକୋଲେଷ୍ଟ୍ରଲ୍ ସମସ୍ୟା :

ଆଜିକାଲି ହାଇ କୋଲେଷ୍ଟ୍ରଲ୍ ସମସ୍ୟା ବହୁଳ ଭାବରେ ବଢ଼ିବାରେ ଲାଗିଛି । ଧମନୀରେ ଫ୍ୟାଟ୍ ଜମା ହେବା କାରଣରୁ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ । ଏହି କାରଣରୁ ରକ୍ତଚାପ ଓ ହୃଦ୍‌ସମସ୍ୟା ବଢ଼ିଯାଇଥାଏ । 

ଦହି ଖାଆନ୍ତୁ :

ହାଇ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ଖାଦ୍ୟରେ ଦହି ସାମିଲ କରିପାରିବେ । ଦହି କୋଲେଷ୍ଟ୍ରଲ୍‌କୁ କମ୍ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏନଆଇଏଚ୍ ରିପୋର୍ଟ ଅନୁସାରେ, ଦହି ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ରହିଥାଏ । ଦହିରେ ଭିଟାମିନ୍ ସି ଟ୍ରାଇଗ୍ଲିସରାଇଡ୍ସ, ଫାଷ୍ଟିଗ୍, ଗ୍ଲୁକୋଜ୍ ରହିଥାଏ, ଯାହା ଇନସୁଲିନ୍ ନିୟନ୍ତ୍ରଣରେ ରଖେ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । 

ବହୁ ରୋଗ ଲାଗି ଉପକାରୀ :

ଦହି ଶରୀର ପାଇଁ ଖୁବ୍ ଉପକାରୀ । ଏହା କୋଲେଷ୍ଟ୍ରଲ୍ ସହିତ ଅନ୍ୟ ବହୁ ରୋଗରୁ ମୁକ୍ତି ଦେଇଥାଏ । ପାଚନ କ୍ରିୟାକୁ ଠିକ୍ ରଖିଥାଏ । ପେଟ ସମସ୍ୟା ଦୂର କରେ । ଖରାଦିନେ ଲୁରୁ ରକ୍ଷା କରେ । ଏଥିସହିତ ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରେ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.