ନୂଆଦିଲ୍ଲୀ,୧୬।୯: ଏହି ପେଣ୍ଟିଂ ଆପଣଙ୍କୁ ଦେଖିବାକୁ ଖୁବ୍ ସାଧାରଣ ଲାଗିପାରେ, କିନ୍ତୁ ଏହା ପଛର ରହସ୍ୟ ପ୍ରଥମ ଥର ଦେଖିଲେ କେବେ ଜଣାପଡିବନି। ଏହାକୁ ଦୁଇ ଥର ବିକ୍ରି କରାଯାଇଥିଲା, କିନ୍ତୁ ଲୋକମାନେ ବାରମ୍ବାର ଫେରାଇ ଚାଲିଯାଉଥିଲେ। ସେମାନେ ଏହା ପଛର କାରଣ ମଧ୍ୟ କହିଥାନ୍ତି, ଯାହାଫଳରେ ଦୋକାନୀଙ୍କୁ ଏହା ଫେରାଇବାକୁ ପଡୁଥିଲା। ହେଲେ ଏବେ ଶେଷରେ ବିକ୍ରି ହୋଇଯାଇଛି। ଏହାକୁ ୧୬୦୦ ପାଉଣ୍ଡ(ପ୍ରାୟ ୧.୬୪ ଲକ୍ଷ ଟଙ୍କା)ରେ ବିକ୍ରି କରାଯାଇଛି। ଏହା ଏକ ଛୋଟ ଝିଅର ପେଣ୍ଟିଂ, ଯାହାକୁ ଲୋକମାନେ ସବୁବେଳେ ଭୟଙ୍କର ବୋଲି କହିଥାନ୍ତି। ତେବେ ଅନଲାଇନ୍ ନିଲାମୀରେ ଏହାକୁ କେହି କିଣି ନେଇଛନ୍ତି।
ପେଣ୍ଟିଂ ଏହି ସମୟରେ ଭାଇରାଲ ହୋଇଛି, ଯେତେବେଳେ ବ୍ରିଟେନ୍ର ଇଷ୍ଟ ସକ୍ସେସ୍ର ଚାରିଟି ସପ୍ ବାହାରେ ଏହାକୁ ଏକ ଓ୍ବାର୍ଣ୍ଣିଂ ସହିତ ରଖା ଯାଇଥିଲା। ଏଥିରେ ଲେଖା ଯାଇଥିଲା, ସେ ପୁଣିଥରେ ଫେରି ଆସିଛି। ଦୁଇ ଥର ବିକ୍ରି ଓ ଦୁଇ ଥର ଫେରାଇ ଦିଆଯାଇଛି। କ’ଣ ଆପଣ ଏହାକୁ କିଣିବା ପାଇଁ ସାହାସ ଅଛି ? ଏହାକୁ ଯେଉଁ ଚ୍ୟାରିଟି ସପ୍ରେ ରଖାଯାଇଥିଲା, ତା’ର ନାଁ ହୋଷ୍ଟିଙ୍ଗ ଆଡଭାନ୍ସ ଆଣ୍ଡ ରିପ୍ରେଜେଣ୍ଟ ସେଣ୍ଟର(ଏଚ୍ଏଆରସି)ଅଟେ। ଏହାକୁ ଶେଷଥର ଅଗଷ୍ଟ ମାସରେ ଜୋଇ ଏଲିୟୋଟ୍ ବ୍ରାଉନ୍ ନାମକ ମହିଳା କିଣିଥିଲେ। ସେ ଏହାକୁ ନେଇ ଏକ ଟିଭି ଚ୍ୟାନେଲରେ କଥା ହୋଇଥିଲେ ଓ କହିଥିଲେ ପେଣ୍ଟିଂ କିଣିବା ପରେ ତାଙ୍କୁ ଏଭଳି ଲାଗିଥିଲା କୌଣସି ’କଳା ରଙ୍ଗର ଆକୃତି’ ତାଙ୍କର ପିଛା କରୁଛି ଓ ଏହି କାରଣରୁ ସେ ଏହାକୁ ସପ୍ରେ ଫେରାଇବାକୁ ଆସିଥିଲେ।
ଏଲିୟୋଟ୍ ବ୍ରାଉନ୍ ପୁଣିଥରେ ସେହି ସପ୍ରେ ଏହାକୁ ଦେଖିବାକୁ ମଧ୍ୟ ଆସିଥିଲେ ଏହାକୁ କିଏ ତୃତୀୟ ଥର କିଣିଛନ୍ତି କି ନାହିଁ। ସେ ଦେଖିଥିଲେ ଯେ, ପେଣ୍ଟିଂ ସେମିତି ଖାଲି ରଖାଯାଇଛି। ସେ ଏହାକୁ ନିଜର ଘରକୁ ନେଇ ଯାଇଥିଲେ ଓ ଅନଲାଇନ୍ ନିଲାମୀ କରିଦେଇଥିଲେ। ସେ ଏହାର ମୂଲ୍ୟ ୪୬ ହଜାର ଟଙ୍କା ରଖିଥିଲେ। କିନ୍ତୁ ଏହାର ନିଲାମୀ ବଢିବାରେ ଲାଗିଥିଲା ଓ ଶେଷରେ ପେଣ୍ଟିଂ ୧.୬୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏହି ଟଙ୍କାର ୫୦% ସେ ଦୋକାନୀକୁ ଦେବେ। ଉଲ୍ଲେଖନୀୟ ଯେ, ସବୁଠାରୁ ପ୍ରଥମେ ଯେଉଁ ମହିଳା ଏହାକୁ କିଣିଥିଲେ, ସେ ଫେରାଇବା ସମୟରେ କହିଥିଲେ ପେଣ୍ଟିଂର ଆରା ଠିକ୍ ନୁହେଁ। ତେଣୁ ସେ ଏହାକୁ ଫେରାଇବାକୁ ଚାହୁଁଥିଲେ। ପେଣ୍ଟିଂରେ ଦେଖାଯାଉଥିବା ଝିଅର ଆଖିକୁ ଦେଖି ଲାଗୁଛି ସେ ଆପଣଙ୍କୁ ଦେଖୁଛି।