ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି

କଟକ,୧୬/୦୪: ମାଟ୍ରିକ୍‌ ପରୀକ୍ଷା ସାର୍ଟିଫିକେଟ୍‌ ପ୍ରସ୍ତୁତି ପୂର୍ବରୁ ପରୀକ୍ଷାର୍ଥୀମାନଙ୍କର  ନାମ, ବାପାଙ୍କ ନାମ ଏବଂ ଜନ୍ମ ତାରିଖ ଆଦି ତଥ୍ୟର ତ୍ରୁଟି ସଂଶୋଧନ କରାଇନେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଉ ଗୋଟିଏ ଦିନ ଅବଧି ବୃଦ୍ଧି କରାଯାଇଛି । ତ୍ରୁଟି ସଂଶୋଧନ ପାଇଁ  ଆବେଦନର ସୋମବାର ଥିଲା ଶେଷ ଦିନ । ଆବେଦନ  ଲାଗି ପ୍ରଧାନଶିକ୍ଷକମାନଙ୍କୁ ଏପ୍ରିଲ୍‌ ୫ରୁ ୧୫ତାରିଖ  ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲା । କିଛି ପ୍ରଧାନ  ଶିକ୍ଷକ ସେମାନଙ୍କ ପରୀକ୍ଷାର୍ଥୀଙ୍କ କାଗଜପତ୍ରକୁ ଆଣି ଅବେଦନ କରିପାରିନଥିବାରୁ ଆଉ ଗୋଟିଏ ଦିନ ସମୟ ଅବଧିକୁ ବୃଦ୍ଧି କରାଯାଇଛି । ଅର୍ଥାତ୍‌ ଏପ୍ରିଲ୍‌  ୧୬ ତାରିଖ ସୁଦ୍ଧା ପ୍ରଧାନ ଶିକ୍ଷକମାନେ ସେମାନଙ୍କ ପରୀକ୍ଷାର୍ଥୀମାନଙ୍କର ତଥ୍ୟକୁ ବୋର୍ଡ କାର୍ଯ୍ୟାଳୟରେ  ଖୋଲାଯାଇଥିବା ତ୍ରୁଟି ସଂଶୋଧନ କ୍ୟାମ୍ପରେ ଦାଖଲ  କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୋମବାର  ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ  ଅବଗତ କରାଯିବା ସହ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.