ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ପ୍ରେମ ବିବାହକୁ ବିରୋଧ, ଝିଅକୁ ଶୁଦ୍ଧି ହେଲେ ବାପଘର ଲୋକେ

ଆଳି,୦୮/୦୯: ଗୋଟିଏପଟେ, ବିବାହ ବେଦିରେ ବସିଥିଲେ ବରକନ୍ୟା । ଧୁମ୍‌ଧାମ୍‌ରେ ଚାଲିଥିଲା ବାହାଘର । ଭୋଜିଭାତରେ ମସ୍‌ଗୁଲ୍‌ ଥିଲେ ପୁଅଘର ଲୋକେ ଓ ସେମାନଙ୍କ ବନ୍ଧୁବାନ୍ଧବ । ଅନ୍ୟପଟେ, ଝିଅ ପକ୍ଷର ଲୋକେ ଶୁଦ୍ଧିକ୍ରିୟା କରୁଥିଲେ । ଝିଅର ଫଟୋରେ ଫୁଲମାଳ ଦେଇ ତାକୁ ଶୁଦ୍ଧି ହୋଇ, ଜ୍ଞାତିକୁଟୁମ୍ବଙ୍କୁ ଡାକି ପଂକ୍ତି ଭୋଜନ ଦେଉଥିଲେ । - ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ଦେମାଳ ପଞ୍ଚାୟତର ନୂଆବଜାରରେ । ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିବାରୁ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ବିବରଣୀରୁ ପ୍ରକାଶ, ଅନନ୍ତ ମଳିକଙ୍କ ପୁଅ ରାଜେନ୍ଦ୍ର(୨୦) ତାଙ୍କ ପଡ଼ୋଶୀରେ ରହୁଥିବା ମୁନା ମଳିକଙ୍କ ଝିଅ ଦୀପାଞ୍ଜଳି(୧୯)ଙ୍କୁ ଭଲ ପାଉଥିଲେ । ଏହା ଜଣାପଡ଼ିବା ପରେ ଦୀପାଞ୍ଜଳିଙ୍କ ପରିବାର ଲୋକେ ଏ ସଂପର୍କକୁ ବିରୋଧ କରିଥିଲେ । ତେଣୁ ଦୁଇ ମାସ ତଳେ ରାଜେନ୍ଦ୍ର ଓ ଦୀପାଞ୍ଜଳି ଫେରାର ହୋଇ ଯାଇଥିଲେ । ଦୀପାଞ୍ଜଳିଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅର ସନ୍ଧାନ ପାଇ ତାକୁ ବୁଝାଶୁଝା କରି ଘରକୁ ନେଇ ଆସିଥିଲେ । ଗତ ସୋମବାର ପୁନର୍ବାର ଦୀପାଞ୍ଜଳି ରାଜେନ୍ଦ୍ରଙ୍କ ସହ ତାଙ୍କ ଘରକୁ ପଳାଇଥିଲେ । ଏହି ଘଟଣା ଥାନାକୁ ଯିବା ପରେ ସେଠାରେ ଆପୋସ ସମାଧାନ ପାଇଁ ଆଲୋଚନା ହୋଇଥିଲା ।  ଦୀପାଞ୍ଜଳି ତାଙ୍କ ପ୍ରେମିକ ରାଜେନ୍ଦ୍ରଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ । ଉଭୟ ସାବାଳକ ହୋଇଥିବାରୁ ପୁଲିସ କୌଣସି ସମାଧାନ କରି ପାରିନଥିଲା । ତେଣୁ ଦୀପାଞ୍ଜଳି ଆଉ ବାପଘରକୁ ନଫେରି ରାଜେନ୍ଦ୍ରଙ୍କ ସହ ତାଙ୍କ ଘରକୁ ଚାଲି ଯାଇଥିଲେ । ରାଜେନ୍ଦ୍ରଙ୍କ ପରିବାର ପକ୍ଷରୁ ଗତକାଲି ବିବାହର ଆୟୋଜନ କରାଯାଇଥିଲା । ବନ୍ଧୁବାନ୍ଧବଙ୍କ ଗହଣରେ ଧୁମ୍‌ଧାମ୍‌ରେ ବିବାହ ହୋଇଥିଲେ ମଧ୍ୟ କନ୍ୟାଘର ପକ୍ଷ ଲୋକ ଏଥିରେ ସାମିଲ ହୋଇନଥିଲେ । ଅପରପକ୍ଷରେ ଠିକ୍‌ ସେହି ସମୟରେ ଝିଅ ଘର ପରିବାର ପକ୍ଷରୁ ରାଗ, ଅଭିମାନରେ ଝିଅର ଶୁଦ୍ଧିକ୍ରିୟା କରାଯାଇଥିଲା ।  ଝିଅ ଦୀପାଞ୍ଜଳିଙ୍କ ଫଟୋରେ ଫୁଲମାଳ ପକାଇ ରୀତିନୀତି ମୁତାବକ ଶୁଦ୍ଧିକ୍ରିୟା କରାଯିବା ସହ ସାମିଆନା ଟାଙ୍ଗି କୁଟୁମ୍ବଙ୍କୁ ପଂକ୍ତି ଭୋଜନ ଦିଆଯାଇଥିଲା । 

ଏ ସଂପର୍କରେ ଦୀପାଞ୍ଜଳି କହିଛନ୍ତି, ମୁଁ ରାଜେନ୍ଦ୍ରଙ୍କୁ ଭଲ ପାଉଥିଲି । ଘର ଲୋକେ ବିରୋଧ କରିବାରୁ ମୁଁ ପ୍ରଥମ ଥର ତାଙ୍କ ସହ ଚାଲିଯିବା ପରେ ଘର ଲୋକେ ମୋତେ ଫେରାଇ ଆଣିଥିଲେ । ସେମାନେ ମୋ ଇଚ୍ଛା ବିରୋଧରେ ମୋତେ ଅନ୍ୟତ୍ର ବିବାହ କରାଇ ଦେବାକୁ ଉଦ୍ୟମ କରୁଥିବା ଜାଣି ମୁଁ ପୁଣି ରାଜେନ୍ଦ୍ରଙ୍କ ସହ ତାଙ୍କ ଘରକୁ ପଳାଇଥିଲି । ମୁଁ ବଞ୍ଚି ଥାଉ ଥାଉ ମୋ ପରିବାର ଲୋକେ ମୋତେ ଶୁଦ୍ଧି ହୋଇ ପଡ଼ିବା ମୋତେ ବହୁତ କଷ୍ଟ ଦେଇଛି । 

ଅନ୍ୟପକ୍ଷରେ, ଦୀପାଞ୍ଜଳିଙ୍କ ଦାଦା ବାବୁଲି ମଳିକ କହିଛନ୍ତି, ଆମେ ଯେତେ ବୁଝାଇଲେ ମଧ୍ୟ ଝିଅ ଆମ କଥା ନମାନିବା ଆମକୁ ଦୁଃଖ ଦେଇଥିଲା । ସେହିଭଳି ପୁଅ ଘର ଲୋକେ ମଧ୍ୟ ଆମ କଥା ଶୁଣିନଥିଲେ । ଝିଅର ଏଭଳି କାମ ସାଙ୍ଗକୁ ପୁଅ ଘର ଲୋକେ ଆମ ଘର ଆଗରେ ଡିଜେ ବଜାଇ, ବାଣ ଫୁଟାଇ ରୋଷଣି କରି ବାହାଘର କରିବା ଆମକୁ ଖୁବ୍‌ ବାଧିଥିଲା । ତେଣୁ ପରିବାରର ଅନ୍ୟ ଝିଅମାନଙ୍କୁ ଶିକ୍ଷା ଦେବା ଏବଂ ଦୀପାଞ୍ଜଳି ଓ ତା’ର ଶାଶୂଘର ପରିବାର ସହ ସବୁ ସମ୍ପର୍କ ଛିନ୍ନ କରିବା ପାଇଁ ଆମେ ଏପରି କରିଛୁ ।

Copyright © 2022 - Summa Real Media Private Limited. All Rights Reserved.