ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୧୮ରେ ନିଖୋଜ ଅରବପତି ରୁଷ୍‌ରେ ଠାବ, ସ୍ୱିଜରଲାଣ୍ଡରୁ ଗାଏବ ହୋଇଥିଲେ କାର୍ଲ-ଏରିଭାନ ହାଉବ

ମସ୍କୋ,୧୯/୦୪: ୪ ବର୍ଷ ହେଲା ନିଖୋଜ ଥିବା ଜର୍ମାନ୍‌-ଆମେରିକୀୟ ଅରବପତି କାର୍ଲ-ଏରିଭାନ୍‌ ହାଉବଙ୍କୁ ରୁଷ୍‌ରେ ଠାବ କରାଯାଇଛି । ହାଉବଙ୍କୁ ଶେଷଥର ପାଇଁ ୨୦୧୮ ଏପ୍ରିଲରେ  ସ୍ୱିଜରଲାଣ୍ଡର ଜର୍ମେଟରେ ଦେଖିବାକୁ ମିଳିଥିଲା ।  ସେ ସେତେବେଳେ ସେଠାରେ ଛୁଟି କଟାଉଥିଲେ ।  ସେ ନିଖୋଜ ହୋଇଯିବା ନେଇ ଖବର ସାମ୍ନାକୁ  ଆସିବା ପରେ ସ୍ୱିଜରଲାଣ୍ଡ ଓ ଜର୍ମାନୀ ସରକାର  ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କୁ  ଖୋଜିବା ପାଇଁ ୫ଟି ହେଲିକପ୍ଟର ୬ ଦିନ ଧରି  ଘୂରି ବୁଲିଥିଲା ।

ତଲାସୀ ଅଭିଯାନରେ ହାଉବ ନ ମିଳିବାରୁ  ୨୦୨୧ରେ ଜର୍ମାନୀର ଏକ ଅଦାଲତ ତାଙ୍କୁ  ଆଇନଗତ ଭାବେ ମୃତ ଘୋଷିତ କରିଥିଲେ । ହାଉବ ଅଗ୍ରଣୀ ଖୁଚୁରା କମ୍ପାନି ଟେଞ୍ଜେଲ୍‌ମ୍ୟାନ୍‌  ଗ୍ରୁପର ମାଲିକ । ଏହି କମ୍ପାନିର କାରବାର ସାରା  ବିଶ୍ୱକୁ ଲମ୍ବିଛି । କମ୍ପାନିରେ ୭୫ ହଜାରରୁ ଅଧିକ  କର୍ମଚାରୀ କାର୍ଯ୍ୟରତ । ଅଦାଲତଙ୍କ ନିଷ୍ପତ୍ତି  ପରେ କମ୍ପାନିକୁ ତାଙ୍କ ଭାଇ ଖ୍ରୀଷ୍ଟିଆନ୍‌ ହାଉବ  ଚଳାଉଛନ୍ତି । ହାଉବଙ୍କର ଦୁଇ ସନ୍ତାନ ରହିଛନ୍ତି । 

ହାଉବ ଯେଉଁଦିନ ନିଖୋଜ ହୋଇଥିବା  ଖବର ଆସିଥିଲା, ସେହିଦିନ ସେ ତାଙ୍କ ବାନ୍ଧବୀ  ଭେରୋନିକା ଏର୍ମିଲୋଭାଙ୍କୁ ୧୩ ଥର ଫୋନ୍‌  କରିଥିଲେ ଏବଂ ଘଣ୍ଟାଏ ପର୍ଯ୍ୟନ୍ତ କଥା ହୋଇଥିଲେ ।  ଏହାକୁ ନେଇ ସ୍ୱିଜରଲାଣ୍ଡ ଓ ଜର୍ମାନୀର ସଂଯୁକ୍ତ  ଏଜେନ୍ସିର ସନ୍ଦେହ ଉପୁଜିଥିଲା । ଏହାପରେ  ଏଜେନ୍ସି ସେଠାରେ ପହଞ୍ଚି ଜାଣିବାକୁ ପାଇଥିଲା ଯେ  ହାଉବ ନିଜ ବାନ୍ଧବୀଙ୍କ ସହ ସେଠାରେ ରହୁଛନ୍ତି । 

ତଦନ୍ତ ଏଜେନ୍ସିର ସୂଚନା ମୁତାବକ  ୨୦୦୮ରେ ୬୪ ବର୍ଷୀୟ ହାଉବ ଏବଂ ଏର୍ମିଲୋଭା  ମିଶି ଷଡ଼ଯନ୍ତ୍ର ରଚିଥିଲେ । ଏହାପରେ ହାଉବ  ବାରମ୍ବାର ରୁଷ୍‌ ଗସ୍ତ କରିଥିଲେ । ୨୦୧୮ ଏପ୍ରିଲ  ୭ରେ ସେ ଏକ ପାହାଡ଼ରେ ଚଢ଼ୁଥିବା ବେଳେ  ନିଖୋଜ ହୋଇଯାଇଥିଲେ । ସ୍ୱିଜରଲାଣ୍ଡର ସେ  ଯେଉଁ ହୋଟେଲରେ ରହୁଥିଲେ ସେଠାକୁ ନ  ଫେରିବାରୁ ସନ୍ଦେହ ଉପୁଜିଥିଲା । ତେବେ ସେ  ନିଜେ ତାଙ୍କ ମୃତ୍ୟୁ ନେଇ ମିଥ୍ୟା ଖବର ପ୍ରସାରଣ  କରିଥିବା କୁହାଯାଉଛି । ତାଙ୍କ ବାନ୍ଧବୀ ଏର୍ମିଲୋଭା  ରୁଷ୍‌ର ସିକ୍ୟୁରିଟି ଏଜେନ୍ସି ଏଫ୍‌ଏସ୍‌ବିରେ କାମ  କରୁଛନ୍ତି । ଏବେ ତାଙ୍କ ସହ ହାଉବ ରୁଷ୍‌ରେ  ରହୁଛନ୍ତି । ଏର୍ମିଲୋଭା ଓ ହାଉବଙ୍କୁ ନିକଟରେ  ଏକତ୍ର ଠାବ କରାଯାଇଥିଲା । 

ଘଟଣା ଭିନ୍ନ ମୋଡ଼ ନେବା ପରେ ୪୪  ବର୍ଷୀୟା ଏର୍ମିଲୋଭା ତଦନ୍ତ ପରିସରକୁ ଆସିଛନ୍ତି ।  ତେବେ ସେ କହିଛନ୍ତି, ହାଉବଙ୍କ ସହ ତାଙ୍କର  କେବଳ ବ୍ୟବସାୟ ସମ୍ପର୍କ ରହିଛି । ମସ୍କୋରେ  ମୁଁ ତାଙ୍କ ସହ ଏକାଠି ରହୁଥିବା ଖବର ମିଛ ।  ମୁଁ ଜଣେ ବିବାହିତା ମହିଳା । ମୋର ଏକ ସନ୍ତାନ  ବି ଅଛି । ରିପୋର୍ଟ ମୁତାବକ ୨୦୦୮ ଜୁଲାଇରେ  ଉଭୟଙ୍କୁ ରୁଷ୍‌ର ମସ୍କୋ ଓ ସୋଚିରେ ଏକାଠି  ଦେଖିବାକୁ ମିଳିଥିଲା । ୨୦୦୯ ମେ’ରେ ଉଭୟ  ଗୋଟିଏ ଟ୍ରେନ୍‌ରେ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ  ଯାତ୍ରା କରିଥିଲେ । ଏମିତି କି ଏହାପରେ  ୨୦୧୦ରେ ଓମ୍‌ସ୍କ, ୨୦୧୧ରେ ସୋଚି, ୨୦୧୪ରେ  ବାକୁ ଏବଂ ୨୦୧୫ ଓ ୨୦୧୭ରେ ମସ୍କୋରେ  ଉଭୟଙ୍କୁ ଦେଖିବାକୁ ମିଳିଥିଲା । ତେବେ କ’ଣ  ପାଇଁ ଉଭୟଙ୍କୁ ଏକାଠି ବାରମ୍ବାର ଦେଖିବାକୁ  ମିଳିଥିଲା, ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.