ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିମିଳିପାଳରେ ଶାବକ ହାତୀ ମୃତଦେହ ଉଦ୍ଧାର

ଖୁଣ୍ଟା,୨।୫ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଜି ଆଉ ଏକ ହାତୀ ଶାବକର ମୃତ ଦେହକୁ ବନ ବିଭାଗ ଠାବ କରିଛି। ଡୁକୁରା ଓ୍ବାଲ୍ଡଲାଇଫ୍ ରେଞ୍ଜ ଅନ୍ତର୍ଗତ ବହଳଦା ସେକସନ୍ର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଏକ ହାତୀ ଶାବକର ମୃତ ଦେହକୁ ବନବିଭାଗ ଠାବ କରିଛି। 

ମୟୂରଭଞ୍ଜ ଜିଲ୍ଲାରେ ୪୪ ଡିଗ୍ରୀ ରୁ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଲଗାତାର ନିଆଁ ଲାଗି ଜଙ୍ଗଲ ଜଳି ଚାଲିଛି। ଏପଟେ ନିଆଁ କୁ ନିୟନ୍ତ୍ରଣ କରିବା ଲାଗି ବନ ବିଭାଗ ଅହରହ ଚେଷ୍ଟା ଜାରି ରଖିଥିବା ବେଳେ ଆଜି ନିଆଁ ଲିଭାରେ ନିୟୋଜିତ ଥିବା ଏବଂ  ପାଟ୍ରୋଲିଂ ରେ ଥିବା ବନ କର୍ମଚାରୀମାନେ ବହଳଦା ସେକସନ୍ ଅଧିନ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଏକ ଶାବକ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ହାତୀଟି ଦିନେ କି ଦୁଇଦିନ ହେବ ମରି ପଡିଥିବାର ବିଭାଗୀୟ ପକ୍ଷରୁ ଅନୁମାନ କରାଯାଉଛି। ତେବେ ଠାବ ହୋଇଥିବା ମୃତ ହାତୀର କାରଣ ଜଣାପଡି  ନାହିଁ। ତେବେ ରିପୋର୍ଟ ଲେଖା ହେବା ଯାଏଁ ମୃତ ଶାବକ ହାତୀଟି ଅଭୟାରଣ୍ୟ ନିକଟରେ ଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି  ତଦନ୍ତ ଜାରି ରଖିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.