ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେବଗଡ଼ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ, ଧାନମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ମାରଣ ନୀତିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ଦେବଗଡ଼, ୧୬/୦୧ : ଧାନମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ମରଣ ନୀତିକୁ ବିରୋଧ କରି କଂଗ୍ରେସର ଆଜି ଦେବଗଡ଼ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା। ସକାଳୁ ଦେବଗଡ଼ ସମେତ ରିଆମାଳ, ବାରକୋଟ, ତିଳେଇବଣିରେ ଜିଲ୍ଲା ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ବନ୍ଦ ପାଳନ ହେଉଛି l ସମସ୍ତ ଯାନବାହାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି l 

ସେହିଭଳି ଆଜି ସକାଳୁ ରିଆମାଳ ସଦର ମହାକୁମା ବଜାର ଛକ ଠାରେ ଜାତୀୟ ରାଜପଥ ୫୩କୁ ଧାନବସ୍ତା ରଖି ଅବରୋଧ କରାଯାଇ ଆନ୍ଦୋଳନ ବ୍ଲକ ସଭାପତି ସୁଶାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଚାଲିଛି l ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ବହୁ ଯାନବାହାନ ଅଟକି ରହିଛି l ରିଆମାଳ ଥାନା ଅଧିକାରୀ ସରସ୍ବତୀ ଟୁଡୁ ଏବଂ ପୁଲିସ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଅଛନ୍ତି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.