ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର , ବାରବାଟି-କଟକରୁ ସୋଫିଆ

ଭୁବନେଶ୍ବର, ୨୮।୪ : କଂଗ୍ରେସ  ଓଡିଶାର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନଗେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି। ସେହିପରି କଟକ ଲୋକସଭା ଆସନ ପାଇଁ ସୁରେଶ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। 

 ସେହିପରି ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାରବାଟି-କଟକ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ  ଟିକେଟ ମିଳିଛି। ବାରିପଦା ଓ ଖଣ୍ଡପଡା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାରିପଦା ଆସନରେ  ପୂର୍ବରୁ ବାଦଲ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥିରେ ପରିବର୍ତ୍ତନ କରି ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି। ଜଳେଶ୍ବର ଦେବୀ ପ୍ରଶନ୍ନ ଚାନ୍ଦ, ବାଲେଶ୍ବର ମୋନାଲିସା ଲେଙ୍କା,  ବଡଚଣା ଅଜୟ ସାମଲ, ପାଲଲହଡା ଫକିର ସାମଲ, ଜଗତସିଂହପୁର ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।  ସେହିପରି ଖଣ୍ଡପଡାରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି। ସେଠାରେ ମନୋଜ କୁମାର ପ୍ରଧାନଙ୍କୁ ପରିବର୍ତ୍ତନ କରି ବୈଜୟନ୍ତିମାଲା ମହାନ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। 

 

ଆହୁରି ପଢନ୍ତୁ : ମୋଦିଙ୍କ ବିକାଶ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାରେ ବିଜେପି ସରକାର ଦରକାର : ନଡ୍ଡା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.