ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ପାକିସ୍ତାନ, ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଲେ ପଡୋଶୀ ଦେଶର ନିର୍ବାଚନ ପରେ...

ନୂଆଦିଲ୍ଲୀ: ଭାରତରେ ସାଧାରଣ ନିର୍ବାଚନ ପରେ ପଡୋଶୀ ଦେଶ ସହ ସମ୍ପର୍କ ସୁଦୃ ହେବ ବୋଲି ଆଶା ପ୍ରକଟ କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ । ତେବେ କିଛି ଦିନ ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସିଙ୍ଗାପୁରରେ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦକୁ "ଶିଳ୍ପ ଭଳି" ପ୍ରାୟୋଜିତ କରୁଛି । ଆଉ ଏଭଳି ସ୍ଥଳେ ଆତଙ୍କବାଦୀଙ୍କ ସମସ୍ୟାକୁ ଅଣଦେଖା କରିବା ପାଇଁ ଭାରତ ଆଉ କୌଣସି ମନୋଭାବରେ ନାହିଁ ବୋଲି ସେ କହିଥିଲେ । 

ଇସଲାମାବାଦରେ ସଂସଦ ଭବନ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରି ଖାୱାଜା ଆସିଫ ସୋମବାର କହିଛନ୍ତି ଯେ, ନିର୍ବାଚନ ପରେ ଭାରତ ସହ ଆମର ସମ୍ପର୍କ ସୁଦୃଢ ହୋଇପାରିବ । ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ନିଜସ୍ୱ ପୃଷ୍ଠଭୂମି” ରହିଛି । ଆଫଗାନିସ୍ତାନ ବିଷୟରେ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ ଆସିଫ କହିଛନ୍ତି ଯେ, ସେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଆଫଗାନିସ୍ତାନ ଗସ୍ତ କରିଛନ୍ତି ଏବଂ ଆତଙ୍କବାଦକୁ ବନ୍ଦ କରିବା ପାଇଁ ସେଠାରେ ତାଲିବାନ ସରକାରଙ୍କୁ ଅନୁରୋଧ କରିଛନ୍ତି । 

 ଜିଓ ନ୍ୟୁଜ୍’ ଖବର ଅନୁଯାୟୀ ଆସିଫ କହିଛନ୍ତି ଯେ, କାବୁଲ ଦ୍ବାରା ପ୍ରସ୍ତାବିତ ସମାଧାନ ବ୍ୟବହାରିକ ଭାବରେ ସମ୍ଭବ ନୁହେଁ । ଆସିଫ ଆହୁରି ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନର ଅନ୍ତରୀଣ ସରକାରଙ୍କ ପାକିସ୍ତାନ ପ୍ରତି ଥିବା ମନୋଭାବରେ ପରିବର୍ତ୍ତନ ହେତୁ ପଡୋଶୀ ଦେଶ ପାଇଁ ଆମର ବିକଳ୍ପ ଦିନକୁ ଦିନ ହ୍ରାସ ପାଉଛି । ପାକିସ୍ତାନ ସର୍ବଦା ଆଫଗାନିସ୍ତାନ ସହ ଛିଡା ହୋଇଛିସେମାନଙ୍କ ପାଇଁ ବଳିଦାନ ଦେଇଛି ଏବଂ ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେମାନଙ୍କ ସହ ଯୁଦ୍ଧ ମଧ୍ୟ କରିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.