ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୬୬ ରନରେ ଅଲଆଉଟ୍‌ ଦିଲ୍ଲୀ, ୧୦୬ ରନ୍‌ରେ ଜିତିଲା କୋଲକାତା

Image Courtesy: espncricinfo

ବିଶାଖାପାଟନମ୍‌:  କୋଲକାତା ନାଇଟ ରାଇଡର୍ସ (କେକେଆର) ପାଖରୁ ଶୋଚନୀୟ ପରାଜୟ ଭୋଗିଲା ଦଲ୍ଲୀ କ୍ୟାପିଟାଲ୍ସ (ଡିସି) । ୧୦୬ ରନ୍‌ରେ ମ୍ୟାଚ୍‌ ଜିତିନେଲା କୋଲକାତା । ୨୭୩ ରନ୍‌ର ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ୧୭.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୬୬ ରନ୍‌ରେ ଅଟକିଯାଇଛି । ଦିଲ୍ଲୀ ପକ୍ଷରୁ ଅଧିନାୟକ ଋଷଭ ପନ୍ତ ୫୫ ରନ୍‌ କରିଥିବା ବେଳେ ତ୍ରିଷ୍ଟାନ ଷ୍ଟବ୍ସ ୫୪ ରନ୍‌ କରିପାରିଥିଲେ । ଏହି ଦୁଇ ବ୍ୟାଟରଙ୍କୁ ବାଦ ଦେଲେ ଅନ୍ୟ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିପାରି ନଥିଲେ । ଫଳରେ ଦିଲ୍ଲୀକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । 

ସେପଟେ ଆଜି ଆଇପିଏଲ ଇତିହାସରେ କେକେଆର ଦ୍ବିତୀୟ ସର୍ବାଧିକ ରନ୍‌ ସ୍କୋର କରିଛି । ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ଦଳ ୨୭୨ ରନ୍‌ କରିଥିଲା । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କେକେଆର । ଏହି ନିଷ୍ପତ୍ତି ଦଳକୁ ଫାଇଦା ମଧ୍ୟ ଦେଇଥିଲା । ବିଶାଖାପାଟନମର ରାଜାଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ୧୬ ତମ ମ୍ୟାଚ୍‌ରେ କେକେଆର ରନ୍‌ ବର୍ଷା କରିବା ସହ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୨୭୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ହେଲେ ଦିଲ୍ଲୀ ୧୬୬ ରନ୍‌ କରି ଅଲଆଉଟ୍‌ ହୋଇଛି ।  

 କେକେଆର ବୋଲର ଦିଲ୍ଲୀକୁ ଭାରୀ ପଡ଼ିଥିଲେ । ବୈଭବ ଆରୋରା ଏବଂ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମିଚେଲ ଷ୍ଟାର୍କ ଦୁଇଟି ଓ୍ବିକେଟ ନେଇଥିବା ବେଳେ ଆଣ୍ଡ୍ରେ ରସେଲ ଏବଂ ସୁନୀଲ ନାରାୟଣ ଗୋଟିଏ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । 

 ଆଜିର ମ୍ୟାଚ୍‌ରେ ସୁନୀଲ ନାରାୟଣ ଦମଦାର ପ୍ରଦର୍ଶନ କରିଥିଲେ । ୩୯ ବଲ୍‌ରେ ୭ ଛକା ଏବଂ ୭ ଚୌକା ସହ ୮୫ ରନ୍‌ କରିଥିଲେ ସୁନୀଲ । ସେହିଭଳି ରଘୁବଂଶୀ ୫୪ ରନ୍‌ କରିଥିବା ବେଳେ ଆଣ୍ଡ୍ରେ ରସେଲ ୪୧ ରନ୍‌ କରିଥିଲେ । ଦିଲ୍ଲୀ ବିପକ୍ଷରେ ରିଙ୍କୁ ସିଂହ ଚମତ୍କାର ପ୍ରଦର୍ଶନ କରିଥିଲେ  । ୮ ବଲ୍‌ରେ ୨୬ ରନ୍ କରି ପ୍ୟାଭିଲିୟନ୍‌ ଫେରିଥିଲେ ରିଙ୍କୁ । ସେପଟେ ଦିଲ୍ଲୀର ଏନରିଚ୍‌ ନୋର୍ଟଜେ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ଇଶାନ୍ତ ଶର୍ମା ବହୁତ ଭଲ ବୋଲିଂ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ । ୪୩ ରନ୍‌ ଦେଇ ୨ଟି ଓ୍ବିକେଟ ନେଇଥିଲେ ଇଶାନ୍ତ । ତାଙ୍କର ଚମତ୍କାର ବୋଲିଂର ଶିକାର ହୋଇଥିଲେ ଆଣ୍ଡ୍ରେ ରସେଲ୍‌ । ସେହିଭଳି ଖଲିଲ ଅହମ୍ମଦ ଏବଂ ମିଚେଲ୍‌ ମାର୍ଶ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.