ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଢ଼େଇ ସତ୍ତ୍ବେ ଲକ୍ଷ୍ୟ ହାସଲ କରିପାରିଲା ନାହିଁ ଲକ୍ଷ୍ନୌ, ୧୯ ରନ୍‌ରେ ଜିତିଲା ଦିଲ୍ଲୀ

Image Courtesy: espncricinfo

ନୂଆଦିଲ୍ଲୀ: ଫିକା ପଡ଼ିଲା ଅର୍ଷଦ ଖାନଙ୍କ ଦମଦାର ଅର୍ଦ୍ଧଶତକ । ୨୦୮ ରନ୍‌ର ପିଛା କରିଥିବା ଲକ୍ଷ୍ନୌ ୧୮୯ରେ ଅଟକି ଯାଇଛି । ୨୦ ଓଭର ଶେଷ ସୁଦ୍ଧା ୯ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ଳକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ । ସେପଟେ ୧୯ ରନ୍‌ରେ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । 

ଆଜି କ୍ବିଣ୍ଟନ ଡିକକ୍‌(୧୨), କେଏଲ ରାହୁଲ (୫), ମାର୍କସ ଷ୍ଟୋଇନସ୍‌ (୫), ନିକୋଲାସ ପୁରନ (୬୧) , ଆୟୁଷ ବାଦୋନି (୬), କୃଣାଲ ପାଣ୍ଡ୍ୟା (୧୮), ୟୁଧବୀର ସିଂହ (୧୪) ଏବଂ ଅର୍ଷଦ ଖାନଙ୍କ ଅପରାଜିତ ୫୮ ରନ୍‌ ସତ୍ତ୍ବେ ଲକ୍ଷ୍ୟ ହାସଲ କରିପାରିଲା ନାହିଁ ଲକ୍ଷ୍ନୌ ।  ସେହିଭଳି ଦିଲ୍ଲୀର ଇଶାନ୍ତ ଶର୍ମା ଆଜି ଦମଦାର ବୋଲିଂ କରି ୩ ଟି ଓ୍ବିକେଟ ନେଇଛନ୍ତି । ତାଙ୍କ ବ୍ୟତୀତ ଖଲିଲ ଅହମ୍ମଦ, ଅକ୍ଷର ପଟେଲ, ମୁକେଶ କୁମାର, କୁଲଦୀପ ଯାଦବ, ତ୍ରିଷ୍ଟାନ ଷ୍ଟବ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୬୪ ତମ ମ୍ୟାଚ୍‌ରେ ଦିଲ୍ଲୀ ଏବଂ ଲକ୍ଷ୍ନୌ ଟକ୍କର ହୋଇଥିଲା ।  ଟସ୍‌ ହାରି ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୨୦୮ ରନ୍‌ କରିଥିଲା । ଅଭିଷେକ ପୋରେଲ୍‌ (୫୮) ଏବଂ ତ୍ରିଷ୍ଟାନ ଷ୍ଟବ୍ସ  ଅପରାଜିତ ୫୭ ରନର ଦମଦାର ପାଳି ଖେଳିଥିଲେ । ସେହିଭଳି ରିଷଭ ପନ୍ତ ୩୩ ରନ୍ କରିଥିବା ବେଳେ ଶାଇ ହୋପ ୩୮ ରନ୍‌ କରି ଆଉଟ୍‌ ହୋଇଥିଲେ ।  ସେହିଭଳି ଅକ୍ଷର ପଟେଲ ଅପରାଜିତ ୧୪ ରନ୍‌ କରିଥିଲେ । ସେପଟେ ଲକ୍ଷ୍ନୌର ନବୀନ ଉଲ ହକ୍‌ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ। ଅର୍ଷଦ ଖାନ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 


 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.