ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନରେ କ୍ରାଇମ୍ବ୍ରାଞ୍ଚ ଟିମ୍, ବିଜେପି ଉପରେ ଆଣିଥିବା ଅଭିଯୋଗର କରିବ ତଦନ୍ତ…

Published By : Prameya | February 3, 2024 11:58 AM

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଟିମ୍ । ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ୍ ଏକ ନୋଟିସ ନେଇ ସିଏମଙ୍କ ବାସଭବନରେ ପହଞ୍ଚିଥିଲେ ମଧ୍ୟ କେହି ନୋଟିସ ପାଇ ନ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ରାତିରେ ସେଠାରୁ ତାଙ୍କୁ ଫେରାଇ ଦେଇଥିଲା । ବର୍ତ୍ତମାନ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବୃଦ୍ଧି କରିଛି । ସୂଚନାନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏହି ନୋଟିସ ନେବାକୁ ରାଜି ହୋଇଛି । 

ସୂଚନାଥାଉକି, ଯେ କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ନୋଟିସ୍ ଦେଇଥିଲା । ସିଏମଙ୍କ ବାସଭବନରେ କେହି ଏସିପିଙ୍କ ନେତୃତ୍ୱାଧୀନ ଟିମ୍‌ର ନୋଟିସକୁ ଗ୍ରହଣ କରିନଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ରାଇମ ବ୍ରାଞ୍ଚ ଦଳ ମଧ୍ୟ ଗତକାଲି ରାତିରେ ମନ୍ତ୍ରୀ ଅତିଶୀଙ୍କ ବାସଭବନରେ ନୋଟିସ ନେଇ ପହଞ୍ଚିଥିଲେ । ସେଠାରେ ମଧ୍ୟ ଏହି ନୋଟିସ୍‌କୁ କେହି ଧ୍ୟାନ ଦେଇନଥିଲେ । ଏଭଳି ପରିସ୍ଥିତିରେ ଗତକାଲି ରାତିରେ ଉଭୟ ସ୍ଥାନରୁ କ୍ରାଇମ ବ୍ରାଞ୍ଚ ଟିମ୍ ଖାଲି ହାତରେ ଫେରି ଆସିଥିଲା । 

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଟିମ୍ ସିଏମ୍ ବାସଭବନରେ ପହଞ୍ଚିବା ପରେ ରାଜ୍ୟ ବିଜେପି ସଭାପତି ଟ୍ବିଟ୍ କରିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ପୋଲିସର ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

 ପ୍ରକୃତରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ, ବିଜେପି ନେତାମାନେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ଟଙ୍କା ଦେଇ ପ୍ରଲୋଭନ ଦେଖାଇବାକୁ ଚାହୁଁଛନ୍ତି । ଏହା ପରେ ମନ୍ତ୍ରୀ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ବିଜେପି ସାତଜଣ ବିଧାୟକଙ୍କ ସହ ଯୋଗାଯୋଗ କରି ପ୍ରତ୍ୟେକଙ୍କୁ ୨୫ କୋଟି ଟଙ୍କା ଅଫର ଦେଇଛି । ଏହା ବ୍ୟତୀତ ତାଙ୍କୁ ଦଳ ଟିକେଟ୍ ରେ ନିର୍ବାଚନ ଲଢିବାକୁ ମଧ୍ୟ ପ୍ରଲୋଭିତ କରାଯାଇଛି । ବିଜେପି ଦଳର ୨୧ ଜଣ ବିଧାୟକଙ୍କୁ ଭାଙ୍ଗିବାକୁ ଚାହୁଁଛି।


 


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.