ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଓ୍ବିକିପିଡିଆକୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଭର୍ତ୍ସନା: ‘ଭାରତକୁ ପସନ୍ଦ କରୁନ ଯଦି ଦେଶ ଛାଡି ଦିଅ’, ଜାଣନ୍ତୁ କ’ଣ ରହିଛି ପୁରା ମାମଲା ?

ନୂଆଦିଲ୍ଲୀ,୫।୯: ସାରା ବିଶ୍ବର ବ୍ୟକ୍ତି ଓ ଘଟଣାକୁ ବିସୃତ ଭାବରେ ସୂଚନା ଦେଉଥିବା ଓ୍ବେବସାଇଟ୍ ଓ୍ବିକିପିଡିଆକୁ ଦିଲ୍ଲୀ ହାଇକୋର୍ଟଙ୍କ କଡା ଭର୍ତ୍ସନା। କୋର୍ଟ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ବିଷୟରେ ସୂଚନା ଦେଇଥିବା ପେଜ୍‌ରେ ସଂଶୋଧନ କରାଯିବା ମାମଲାରେ ଓ୍ବିକିପିଡିଆକୁ କଡା ଭର୍ତ୍ସନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯଦି ଆପଣ ଭାରତକୁ ପସନ୍ଦ କରନ୍ତି ନାହିଁ ତେବେ ଏଠାରେ କାମ ମଧ୍ୟ କରନ୍ତୁ ନାହିଁ। କୋର୍ଟ କହିଛନ୍ତି, ଆମେ ସରକାରଙ୍କୁ ଓ୍ବିକିପିଡିଆାକୁ ଭାରତରେ ବ୍ଲକ କରିବାକୁ କହିବୁ। ଏହା ସହ ହାଇକୋର୍ଟ ଓ୍ବିକିପିଡିଆକୁ ଅବମାନନା ନୋଟିସ୍ ଜାରି କରିଛନ୍ତି ଓ ପଚାରିଛନ୍ତି ସେ ଖଣ୍ଡପୀଠର ସେହି ନିର୍ଦେଶକୁ କାହିଁକି ପାଳନ କଲା ନାହିଁ, ଯେଉଁଥିରେ କୁହାଯାଇଥିଲା ସେହି ଲୋକଙ୍କ ବିଷୟରେ ସୂଚନା ଦିଆଯାଉ। ଯେଉଁ ଲୋକମାନେ ଏଏନ୍‌ଆଇର ପେଜ୍‌ରେ ପରିବର୍ତ୍ତନ କରିଛନ୍ତି।

ଉଲ୍ଲେଖନୀୟ ଯେ,  ନ୍ୟୁଜ ଏଜେନ୍ସି ଏନଏନ୍ଆଇ ଓ୍ବିକିପିଡିଆ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲା। ଏଜେନ୍ସିର କହିବା ଅନୁସାରେ, ଏ ବିଷୟରେ ଦିଆଯାଇଥିବା ସୂଚନାରେ ଯେଉଁ ସଂଶୋଧନ କରାଯାଇଛି, ତାହା ମାନହାନୀ କରୁଛି। ଏଜେନ୍ସି ବିଷୟରେ କେହି ଓ୍ବିକିପିଡିଆ ପେଜ୍‌ରେ ସଂଶୋଧନ କରି ଲେଖିଛନ୍ତି ସେଠାରେ ଥିବା ସରକାରଙ୍କ ଏହା ଏକ ପ୍ରୋପାଗଣ୍ଡା ଟୁଲ। ମାମଲାର ଶୁଣାଣି କରି କୋର୍ଟ ଓ୍ବିକିପିଡିଆକୁ ନିର୍ଦେଶ ଦେଇଥିଲେ ସେହି ୩ ଜଣ ଲୋକଙ୍କ ବିଷୟରେ ସୂଚନା ଦିଅନ୍ତୁ, ଯେଉଁମାନେ ପେଜ୍‌ରେ ପରିବର୍ତ୍ତନ କରିଥିଲେ। ଏହି ମାମଲାରେ କୌଣସି ପଦକ୍ଷେପ ନେଇନଥିବାରୁ ଏଜେନ୍ସି ଗୁରୁବାର ମାନହାନୀ ମାମଲା ହାଇକୋର୍ଟରେ ଦାଖଲ କରିଛି।

ଏହା ଉପରେ ଓ୍ବିକିପିଡିଆର ଓକିଲ କହିଛନ୍ତି, ଆମକୁ କୋର୍ଟରେ ହାଜର ହେବା ପାଇଁ ସମୟ ଦିଅନ୍ତୁ, କାରଣ ଓ୍ବିକିପିଡିଆର କାମ ଭାରତରୁ ପରିଚାଳିତ ହୁଏନି। ଏହା ଉପରେ ଜଷ୍ଟିସ୍ ନବୀନ ଚାଓ୍ବଲା କଡା ଆପତ୍ତି କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ମଧ୍ୟ ଓ୍ବିକିପିଡିଆ ଏହି ଦଲିଲ୍ ଦେଇଥିଲା, ଏଭଳି ସ୍ଥିତିରେ ଏହାକୁ ଖାରଜ କରାଯାଉଛି। ଖଣ୍ଡପୀଠ ଓ୍ବିକିପିଡିଆକୁ କହିଛନ୍ତି, ଆପଣଙ୍କ ବିରୋଧରେ  ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।   ଆମେ ଆପଣଙ୍କ ଉପରେ ଅବମାନନା ଆକ୍ସନ ନେବୁ। ମାମଲା ଏହି କଥା ଉପରେ ନୁହେଁ ଯେ, ଓ୍ବିକିପିଡିଆ ଭାରତରୁ ଚାଲୁଛି କି ନାହିଁ। ଆମେ ଏଠାରେ ଆପଣଙ୍କ ବିଜନେସ୍‌ ବନ୍ଦ କରିଦେବୁ। ସରକାରଙ୍କୁ କହିବୁ ଭାରତରେ ଓ୍ବିକିପିଡିଆକୁ ବ୍ଲକ କରି ଦିଆଯାଉ।                                                          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.